Thursday, March 28, 2024

Top 5 This Week

Related Posts

ଚିକିତ୍ସାଧୀନ ଅବସ୍ଥାରେ ମୃତ ପୁଅର ଶବ ଆଣିବାକୁ ଅର୍ଥ ନ ଥିବା ନେଇ ସାହାଯ୍ୟ ପାଇଁ ଆକୁଳ ନିବେଦନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୨୬/୦୯) : ବଲାଙ୍ଗୀର ଜିଲ୍ଲା ସନ୍ଥ କବି ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଗତ ବୁଧବାର ଦିନ ଠାରୁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ରୁ ସ୍ଥାନାନ୍ତରିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଥିବା ସୋମନାଥ ବାଗ (ବ-୨୮) ନାମକ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଏଚଆଇଭି/ଏଡ୍ସରେ ଆକ୍ରାନ୍ତ ହୋଇ ମୃତ ଶ୍ରୀ ବାଗ ବଲାଙ୍ଗୀର ଜିଲ୍ଲା ଏ ଆର ଟି କେନ୍ଦ୍ର ରୁ ନିୟମିତ ଏ.ଆର.ଟି. ଔଷଧ ସେବନ କରି ଆସୁଥିବା ବେଳେ ଗତ ତିନି ମାସ ହେଲା ସେ ଓ ତାଙ୍କ ପିତା ଜଗନ୍ ବାଗ(ବ-୬୨) ଦୁର୍ବଳ ହୋଇଯାଇ ଶଯ୍ୟାଶାୟୀ ଅବସ୍ଥାରେ ଘରେ ରହିଯାଇଥିଲେ । ଜିଲ୍ଲା ରେ ପରିଚାଳିତ ସାଇ ଟି- ଆଇ ନାମକ ପ୍ରକଳ୍ପ ଏଭଳି ଆକ୍ରାନ୍ତ ଙ୍କ ପାଇଁ ସରକାରୀ ଭାବେ କାର୍ଯ୍ୟ ସମ୍ପାଦନ କରୁଥିବା ଦର୍ଶାଇ ସୁଦ୍ଧା କୌଣସି ପ୍ରକାର ସାହାଯ୍ୟ ଅବା ସହାୟତା ଯୋଗାଇ ନ ଥିଲେ । ଏପରି କି ଦୁଇଜଣ ଙ୍କ ଘରେ ଥିବା ରାସନକାର୍ଡ ମଧ୍ୟ ବନ୍ଧା କରିଦେଇଥିବା ଓ ଅର୍ଥ ଅଭାବରୁ ବଲାଙ୍ଗୀର ଯାଇ ଉକ୍ତ ଔଷଧ ଆଣି ପାରି ନ ଥିଲେ । ଉଭୟ ଦୁଇ ଜଣ ଚିକିତ୍ସାଧୀନ ଅବସ୍ଥାରେ ଥିବା ଓ ଡାକ୍ତର ଏ.ଆର.ଟି. ଔଷଧ ସେବନ କରିବାକୁ କହିବା ସତ୍ତ୍ୱେ ସେମାନେ ତାହା ଉକ୍ତ କେନ୍ଦ୍ର ରୁ ପାଇ ପାରି ନ ଥିଲେ ଓ ଅନ୍ୟ ସାଲାଇନ,ଇଞ୍ଜେକ୍ସନ ଆଦି ଦିଆଯାଉଥିଲା ।

ସୋମନାଥ ବାଗ ଙ୍କ ସକାଳ ପ୍ରାୟ ୬ ଟା ୩୦ ବେଳେ ଶୋଚନୀୟ ମୃତ୍ୟୁ ର ଶିକାର ହୋଇଥିବା ବେଳେ ତାଙ୍କ ଭର୍ତ୍ତି ପିତା ଉକ୍ତ ଶବ ନେଇ ନିଜ ଘର ଟିଟିଲାଗଡ଼ କୁ ଫେରିବା କୁ ଚାହୁଁଥିବା ବେଳେ ଗାଡି ଅବା ଶବ ବାହକ ଗାଡି ପାଇଁ ଆବଶ୍ୟକ ଅର୍ଥ ନ ଥିବାରୁ ଉକ୍ତ ଶବ କିପରି ଆଣି ସତ୍କାର କରିବେ ସେ ନେଇ ସାହାଯ୍ୟ ଭିକ୍ଷା କରୁଥିବା ବେଳେ ତୁରନ୍ତ ବିଭାଗୀୟ ମୁଖ୍ୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି ।

Popular Articles