ମୁନିଗୁଡାରେ ଦଶହରା ପାର୍ବଣ ପାଇଁ ଦୁର୍ଗାଙ୍କର ଶୁଭ ଖୁଣ୍ଟି ସ୍ଥାପନ

0
180

823de887 bf46 4836 b141 ab9a0c586861 ମୁନିଗୁଡାରେ ଦଶହରା ପାର୍ବଣ ପାଇଁ ଦୁର୍ଗାଙ୍କର ଶୁଭ ଖୁଣ୍ଟି ସ୍ଥାପନରିପୋର୍ଟ : ନରୋତ୍ତମ ପାଢ଼ୀ //
ମୁନିଗୁଡା,(୨୩/୯) : ଆଗକୁ ଦଶହରା ଆସୁଥିଵାରୁ ସଵୁ ଆଡେ ଚଳଚଞ୍ଚଳ ଦେଖା ଦେଇଛି ।  ହେଲେ କୋଭିଡ ପାଇଁ ଉଚ୍ଚନ୍ୟାୟାଳୟର ଆଦେଶକୁ ସମ୍ମାନ ଜଣାଇ ସାରାରାଜ୍ୟରେ କୋଭିଡ କଟକଣାରେ ୪ ଫୁଟ ମଧ୍ୟରେ ମା ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ହେଵା ସହ ଆଭରଣର କଟକଣା କୁ ମାନି ଚଳିତ ବର୍ଷ ଗତ ବର୍ଷ ପରି ଏକ ପ୍ରକାର ନିରାଡମ୍ବର ଭାବେ ମୁନିଗୁଡାରେ ଦଶହରା ପାର୍ବଣ ସମାପନ୍ନ ହେଵା ନେଇ ମାନସିକ ସ୍ତରରେ ସଵୁ ପୂଜା କମିଟି ନିଷ୍ପତି ନେଇଥିବା ଶୁଣିବାକୁ ମିଳୁଛି ।

ଏହି ଅବସରରେ ରାୟଗଡ଼ା ଜିଲ୍ଲା ମୁନିଗୁଡାରେ ଦଶହରା ପାର୍ବଣ ସିଂହଦ୍ଵାର ଠାରେ ପ୍ରତିବର୍ଷ ଅନୁଷ୍ଠିତ ମା ଥାନପତି ଦୁର୍ଗାଙ୍କର ଆଜି ଚଳିତ ବର୍ଷର ଦଶହରା ପାର୍ବଣ ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ବରୀଷ୍ଠ ପୂଜକ ଶ୍ରୀ ଜଗବନ୍ଧୁ ପଣ୍ଡାଙ୍କ ନେତୃତ୍ୱରେ ବ୍ରାହ୍ମଣ ଗୋଷ୍ଠୀ ମିଳିତ ହୋଇ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଶୁଭ ଖୁଣ୍ଟି ସ୍ଥାପନ କରିଥିଲେ । ଏହି ଉତ୍ସବରେ କମିଟିର ସଭାପତି ହାଡିଆ ଗୌଡ, ସମ୍ପାଦକ ବାଳକୃଷ୍ଣ ପଟ୍ଟନାୟକ, ନିକୁଞ୍ଜ ଶତପଥୀ, ଗୌର ବନଚର, ବୃନ୍ଦାବନ ପାଢି, ରାଧେଶ୍ୟାମ ବେହେରା, ରବି ସେଠୀ, ଅଶୋକ କର, ସୁରେଶ ରଥ, ଏବଂ ସଭ୍ୟ ମାନେ ଉପସ୍ଥିତ ଥିଲେ ।