ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ଙ୍କ ୧୦୪ ତମ ଜନ୍ମ ଜୟନ୍ତି ପାଳନ

0
233

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୨୫/୦୯) : ବିଜେପି ରାୟଗଡ଼ା ତରଫରୁ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ଙ୍କ ୧୦୪ ତମ ଜନ୍ମ ଜୟନ୍ତି ପାଳନ କରଯାଇଥିଲା | ୧୯୧୬ ମସିହା ସେପ୍ଟେମ୍ବର ୨୫ ରେ ଉତ୍ତରପ୍ରଦେଶ ର ମଥୁରା ଠାରେ ସେ ଜନ୍ମ ଗ୍ରହଣ କରିଥିଲେ ।87ea4b96 f79e 4913 87eb 7e228bfe6ed2 ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ଙ୍କ ୧୦୪ ତମ ଜନ୍ମ ଜୟନ୍ତି ପାଳନ

ବାଲ୍ୟାବସ୍ଥା ରୁ ପଣ୍ତିତ ଦୀନଦୟାଲ ଜଣେ ଧୁସମ୍ପର୍ଣ୍ଣ ଛାତ୍ର ଥିଲେ । ତତକାଳୀନ ଭାରତୀୟ ପ୍ରଶାସନିକ ସେବା ରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅର୍ଜନ କରି ସରକାରୀ ଚାକିରି ନକରି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘରେ ପ୍ରଚାରକ ଭାବେ ନିଜକୁ ରାଷ୍ଟ୍ର ପାଇଁ ସମର୍ପିତ କରିଥିଲେ ।

ପରବର୍ତୀ ଅବସ୍ଥାରେ ଡଃ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆଗ୍ରହ କ୍ରମେ ପରମପୂଜନୀୟ ଗୁରୁଜୀଙ୍କ ଉପଦେଶ କ୍ରମେ ଭାରତୀୟ ଜନ ସଙ୍ଘର ସଂସ୍ଥାପକ ସଦସ୍ୟ ହୋଇ ନିଜର ସାଙ୍ଗଠନିକ ଦକ୍ଷତା ପ୍ରତିପାଦିତ କରିଥୁଲେ । ସମ୍ପୂର୍ଣ୍ଣ ଭାରତ ଭ୍ରମଣରୁ ସେ ଭାରତର ବିକାଶ ପାଇଁ ସମାଜବାଦ, ପୁଞ୍ଜିବାଦ ଭିନ୍ନ ଏକାତ୍ମ ମାନବବାଦ ର ପ୍ରଣୟନ କରି ଭାରତକୁ ସଂଗଠିତ କରିଥୁଲେ|

ଏହି ଉପଲକ୍ଷେ ଜ଼ିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକ, ଶ୍ରୀ କିଶୋର ପଣ୍ଡା,ଶ୍ରୀ ପଦ୍ମନାଭ ଦାଶ,ଶ୍ରୀ ଭେଙ୍କଟ ରାଓ (କଣ୍ଡା ବାବୁ), ଶ୍ରୀମତୀ ଅର୍ଚନା ବର୍ମା, ଶ୍ରୀ ବିଭୀଷଣ ପାଣି, ଶ୍ରୀ ନାଗରାଜୂ,ଜ଼ିଲ୍ଲା ପଦାଧିକାରୀ / କାର୍ଯ୍ୟକର୍ତ୍ତା,ନଗର ର ପଦାଧିକାରୀ /କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ।