ରିପୋର୍ଟ: ରାକେଶ ମହାରଣା //
କୋଦଳା (୨୧/୦୨): ବେଗୁନିଆ ପଡ଼ା ବ୍ଲକ କୋଦଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଆର୍ ବି ଏସ କେ ତରଫରୁ ଇନାମ ବେଲପଡା ର ସୂର୍ଯ୍ୟକାନ୍ତ ମାଝୀଙ୍କ ୭ ବର୍ଷର ଶିଶୁ ଅରୁଣ ମାଝୀର ହୃଦ୍ ରୋଗ ର ସଲ୍ୟ ଚିକିତ୍ସା ଶ୍ରୀ ସତ୍ୟସାଇ ହାର୍ଟ ହସ୍ପିଟାଲ୍ ସରକାରୀ ଗାଡ଼ି ଯୋଗେ ବ୍ରହ୍ମପୁର ରୁ ରେଳ ରେ ପ୍ରେରିତ ହୋଇଛି । ସୂଚନା ଯୋଗ୍ୟ ଯେ ଅରୁଣ ର ଛାତିରେ ପିଲା ଦିନରୁ ଛିଦ୍ର ଥିଲା ବୋଲି ଆର୍ ବି ଏସ କେ ଟିମ୍ ଦ୍ଵାରା ପରୀକ୍ଷା କରାଯାଇଥିଲା ।
ଏହି ଟିମ୍ ରେ ଆୟୁଷ ଡ଼ା ଜୟଦେବ ନାୟକ, ଡ଼ା ମୈତ୍ରୀ ସଂଘମିତ୍ରା ,ଡ଼ା ଅନନ୍ତ ନାରାୟଣ , ମହିଳା ସ୍ୱାସ୍ଥ୍ୟ କର୍ମୀ ପି. ଗୀତାଞ୍ଜଳି ଆଚାରୀ ଆଦି କାର୍ଯ୍ୟରତ । ସୂଚନା ଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲାର ୮ ଜଣ ହୃଦ ରୋଗୀ ଆର୍ ବି ଏସ କେ ମ୍ୟାନେଜର ସନ୍ଦୀପ ତ୍ରିପାଠୀ ଙ୍କ ତତ୍ତ୍ଵାବଧାନରେ ଓ ଆୟୁଷ ଡ଼ା ଚିନ୍ମୟ ପ୍ରଧାନ , ଫାର୍ମାସିଷ୍ଟ ଦିଲ୍ଲୀପ ନାହାକ ସେମାନଙ୍କୁ ରେଳ ଯୋଗେ ଅହେମେଦାବାଦ୍ ଶ୍ରୀ ସତ୍ୟସାଇ ହାର୍ଟ ହସ୍ପିଟାଲ୍ ନେଇ ସେମାନଙ୍କର ମାଗଣା ଶଲ୍ୟ ଚିକିତ୍ସା କରାଇବେ । ଆର୍ ବି ଏସ କେ ଟିମ୍ ଦ୍ବାରା ବେଗୁନିଆ ପଡ଼ା ବ୍ଲକ୍ ର ୪ ଜଣ ହୃଦ୍ ରୋଗୀ , ୧୨ ଜଣ ପାଦ ବଙ୍କା ,୧୦ ଜଣ ଗ୍ରହଣ ଖଣ୍ଡିଆ ,୨ ଜଣ ଆଖିର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ମାଗଣାରେ ସଫଳ ଲାଭ କରିଛି । କୋଦଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଆର୍ ବି ଏସ କେ ଟିମ୍ ରେ ଜଣେ ଆୟୁଷ ଡାକ୍ତର , ୨ ଜଣ ଫାର୍ମାସିଷ୍ଟ ,ଓ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ପଦ ଖାଲି ପଡ଼ିଛି। ସରକାର ଏଥି ପ୍ରତି ଧ୍ୟାନ ଦେଲେ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଓ ସେବା ଉଚ୍ଚକୋଟୀର ହେବ ବୋଲି ବୁଦ୍ଧି ଯିବି ମହଲରେ ପ୍ରକାଶ ପାଇଛି ।