ସାଧାରଣ ଜନତାଙ୍କ ସ୍ୱର

ସରକାରୀ ଡାକ୍ତରଖାନାରେ ବେସରକାରୀ ଔଷଧ ଦୋକାନ କାର୍ଯ୍ୟକାରୀ ନେଇ ନ୍ୟାୟାଳୟରେ ମାମଲା ରୁଜ୍ଜୁ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ, ତା୨୨-୦୨): କେହି ଚିକିତ୍ସା ଅଭାବର ଶିକାର ନ ହେବା ଓ ଉତ୍ତମ ମାନର ଚିକିତ୍ସା ପ୍ରଦାନ ନେଇ ସରକାର ସ୍ୱାସ୍ଥ୍ୟସେବା ସବୁଶ୍ରେଣୀୟ ସାଧାରଣ ଲୋକଙ୍କୁ ମାଗଣା ଯୋଗାଇ ଦେବାକୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସ୍ୱତନ୍ତ୍ର ଭାବେ ଏହି ସୁବିଧା ଯୋଗାଇ ଦେବାକୁ ନିରାମୟ ଯୋଜନା ଆରମ୍ଭ କରାଯାଇ ସରକାରୀ ଡାକ୍ତରଖାନାରେ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଏପରିକି ଡାକ୍ତର କେବଳ ସରକାରୀ ଭାବେ ସମସ୍ତ ସୁବିଧା, ସୁଯୋଗ ପ୍ରଦାନ ପାଇଁ ଡାକ୍ତର କେବଳ ସରକାରୀ ଔଷଧ, ଇଂଜେକସନ ପ୍ରଦାନ କରିବା ତଥା ସମସ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିବା ଯୋଗୁଁ ବାହାରୁ କିଣା ଔଷଧ ନ ଲେଖିବା ନେଇ ନିର୍ଦ୍ଦେଶ ଜାରି କରିଛନ୍ତି । ଅର୍ଥ ଖର୍ଚ୍ଚ କରି ବାହାରୁ ଔଷଧ, ଇଂଜେକସନ କିଣି ନ ପାରିବା ସମସ୍ୟା ଦୁର ପାଇଁ ଏହି ନିରାମୟ ଔଷଧ ବ୍ୟବସ୍ଥା କରାଯାଇଛି । ଅତ୍ୟନ୍ତ ଗରିବ ଓ ସାଧାରଣ ଶ୍ରେଣୀର ଲୋକେ ଉପକୃତ ହେବା ପାଇଁ ସରକାରୀ ଭାବେ ଡାକ୍ତରଖାନା ପରିସରରେ ରହିଥିବା ସମସ୍ତ ଘରୋଇ ଔଷଧ ଦୋକାନ ବନ୍ଦ କରିବା ନିୟମ ଜାରି କରାଯାଇଛି | ହେଲେ ଏହି ନିୟମର ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଖିଲାପ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ,ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଏହି ଯୋଜନା କାର୍ଯ୍ୟକାରୀ ହେବା ସତ୍ୱେ ପରିଚାଳିତ ହେବା ଅଭିଯୋଗ ସ୍ଥାନୀୟ ଯୁବ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କରାଯାଇଛି । ଅଭିଯୋଗ ଅନୁଯାୟୀ ଫାର୍ମାସିଷ୍ଟ ଡିଗ୍ରୀ ଥିବା ସହ ସବୁ ନିୟମାବଳୀ ଥିବା ବ୍ୟକ୍ତି ଏହି ମ୍ୟାଡ଼ିକାଲ ହତା ପରିସରରେ ଦୋକାନ ପୂର୍ବରୁ ଖୋଲିବା ନିୟମ ରହିଥିଲା । ପୂର୍ବରୁ ଜଣେ ମ୍ୟାଟ୍ରିକ ଫେଲ କରିଥିବା ଔଷଧ ବ୍ୟବସାୟୀ କିଛି ନିର୍ଦ୍ଦିଷ୍ଟ ପଦାଧିକାରୀଙ୍କୁ ହାତ କରି ବେଆଇନ କାରବାର ଚଲାଇ ଥିବା ନେଇ ଓଡିଶା ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜ୍ଜୁ କରିଥିବା ଓ ତାହା ବିଚାରଧୀନ ଥିବା ଜଣାଯାଇଛି । ସେହିପରି ଇତି ମଧ୍ୟରେ ଆଉ ଏକ ମାମଲା ନ୍ୟାୟାଳୟରେ ଏହି ସରକାରୀ ଡାକ୍ତରଖାନାରେ ଥିବା ଦୋକାନ ଚଳିତ ଆଇନ ଅନୁଯାୟୀ ଉଛେଦ କରିବାକୁ ମାମଲା ରୁଜ୍ଜୁ କରାଯାଇଥିବା ଜଣାଯାଇଛି ।ଏହି ନିୟମ ଅନୁଯାୟୀ କୌଣସି ସରକାରୀ କାଗଜ ପତ୍ର ନ ଥାଇ ଏକ ମ୍ୟାଡିକାଲ ଷ୍ଟୋର ଦୀର୍ଘ ଦିନ ଧରି ରହିଛି । କିଛି ଡାକ୍ତର ଏହି ନିୟମର ଖିଲାପ କରି ଉକ୍ତ ଦୋକାନୀ ସହ ସଲାସୁତୁରା ନୀତିରେ ଲାଭବାନ ହେଉଥିବା ବେଳେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ବିଭାଗୀୟ ଉଚ୍ଚ ଅଧିକାରୀ ଗ୍ରହଣ କରିବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *

%d bloggers like this: