ସାଧାରଣ ଜନତାଙ୍କ ସ୍ୱର

ରମାଇ ପାହାଡ଼ ମହୋତ୍ସବ କମିଟିର ସାଧାରଣ ବୈଠକ ଅନୁଷ୍ଠିତ

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା ୨୧/୨): ଆଜି ରବିବାର ସନ୍ଧ୍ୟା ୫ ଟା ସମୟରେ ରମାଇ ପାହାଡ ମହୋତ୍ସବ ଲୋଇସିଂହା ଆଞ୍ଚଳିକ କମିଟିର ସଦସ୍ୟ ମାନଙ୍କ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା |

ମହୋତ୍ସବ କମିଟିର ସଭାପତି ସ୍ବର୍ଗତ ସରୋଜ କୁମାର ତ୍ରିପାଠିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯାଇଥିଲା | ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ସଭାକାର୍ଯ୍ୟ ଶୁଭାରମ୍ଭ କଲାପରେ ନିମନ୍ତ୍ରିତ ଅତିଥି ଶ୍ରୀଯୁକ୍ତ ଶଶିଭୂଷଣ ପୁରୋହିତ କମିଟିର ଅନୁରୋଧ କ୍ରମେ ସ୍ବର୍ଗତ ସରୋଜ କୁମାର ତ୍ରିପାଠୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ତାପରେ ଦୁଇ ମିନିଟ ପାଇଁ ସମସ୍ତ ସଦସ୍ୟ ମାନଙ୍କ ଦ୍ୱାରା ଛିଡା ହୋଇ ସ୍ବର୍ଗତ ସରୋଜ ତ୍ରିପାଠୀଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା | ଏହାପରେ ମହୋତ୍ସବକୁ ଆୟୋଜନ କରିବାକୁ ସମସ୍ତ ସଦସ୍ୟ ମାନେ ସଂକଳ୍ପ ନେଇଥିଲେ |

Leave a Reply

Your email address will not be published. Required fields are marked *

%d bloggers like this: