ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୨୧/୦୨): ଆଦିତ୍ୟ ବିର୍ଲା ଗୃପ ହିଣ୍ଡାଲକୋ ଇଣ୍ଡରଷ୍ଟ୍ରିଜର ଏକ ୟୁନିଟ ଉତ୍କଳ ଆଲୁମିନା ଇଣ୍ଟରନେସନାଲ ଲିମିଟେଡ ପକ୍ଷରୁ ‘ଜାତୀୟ ସଡ଼କ ନିରାପତ୍ତା ମାସ ‘ ୨୦୨୧ ଜାନୁୟାରୀ ୧୮ ରୁ ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇ ଯାଇଛି। ‘ଜାତୀୟ ସଡ଼କ ନିରାପତ୍ତା ମାସ ‘ ଭାବରେ ମାସେବ୍ୟାପି ଅଭିଯାନ ଦେଶ ବ୍ୟାପି ‘ ସଡ଼କ ସୁରକ୍ଷ ଜୀବନ ରକ୍ଷା ‘ ବିଷବସ୍ତୁକୁ ନେଇ ପାଳନ କରାଯାଇଥିଲା।
ଏକ ଦାୟିତ୍ଵସଂପନ୍ନ କର୍ପୋରେଟ ଭାବରେ ୟୁଏଆଇଏଲ ମାସେ ବ୍ୟାପି ଅଭିଯାନକୁ ନିରାପତ୍ତା ଏବଂ ଯାତାୟତ ଭଳି ସାମାଜିକ କାରଣକୁ ନେଇ ପାଳନ କରିଥିଲା। ଏହି ପ୍ରୟାସକୁ ଅଧିକ ଆଗେଇନେବା ପାଇଁ ବିବିଧ କ୍ଷେତ୍ରରେ କର୍ଯ୍ୟକରୁଥିବା ଦଳଗୁଡ଼ିକ ଏହି କାର୍ଯ୍ୟକ୍ରମରେ ସେମାନଙ୍କ ନିଜସ୍ଵ କ୍ଷେତ୍ରରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୋଭିଡ ନିରାପତ୍ତା ବିଧିବ୍ୟବସ୍ଥା ଏବଂ ନିୟମାବଳୀକୁ କଡ଼ାକଡ଼ି ଭାବରେ ଅନୁସରଣ କରାଯାଇ ପରିଚାଳନା କରାଯାଇଥିଲା। ଏହି ବିଶାଳ କାର୍ଯ୍ୟକ୍ରମ ପ୍ରଥମ ସପ୍ତାହରେ ନିରାପତ୍ତା ସମ୍ପର୍କିତ ବ୍ୟାନର , ସଡ଼କ ନିରାପତ୍ତା ଉପରେ ସମୂହ ଆଲୋଚନା ଏବଂ ସମସ୍ତ କର୍ମଚାରୀଙ୍କୁ ନିରାପତ୍ତା ସମ୍ପର୍କିତ ସଚେତନା ସୃଷ୍ଟିକାରୀ ପ୍ରଚାର ପତ୍ର ବଣ୍ଟନ ସହିତ ଆରମ୍ଭ ହୋଇଥିଲା। ନିରାପତ୍ତା ବିଭାଗ ପକ୍ଷରୁ ପ୍ରକଳ୍ପ ଅଞ୍ଚଳରେ ଗାଡିଗୁଡିକୁ ପରୀକ୍ଷା କରାଯିବା ସହିତ ରାୟଗଡ଼ା ଆରଟିଓଙ୍କ ଦ୍ଵାରା ନିରାପତ୍ତା ମାସ ପାଳନର ପ୍ରଥମ ସପ୍ତାହରେ ଡ୍ରାଇଭରମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦ୍ୱିତୀୟ ସପ୍ତାହରେ ଶକ୍ତି ପ୍ରକଳ୍ପ, ପ୍ରକଳ୍ପ ଏବଂ ଅର୍ଥ ବିଭାଗଗୁଡ଼ିକରେ ସଡ଼କ ନିରାପତ୍ତା ସମ୍ପର୍କିତ ସମୂହ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏଥିସହିତ ରୋଡସେଫ୍ଟି ମିଶନ, ମୁମ୍ବାଇ ପକ୍ଷରୁ ଅପରେଟ ଏବଂ କର୍ମଚାରୀଙ୍କୁ ସଡ଼କ ନିରାପତ୍ତା ତାଲିମ ପ୍ରଦାନ କରାଯାଇଥିଲା। ତୃତୀୟ ସପ୍ତାହରେ ବିଶୋଧନାଗାର ଅଞ୍ଚଳରେ ଗଡିଗୁଡ଼ିକର ଯାଞ୍ଚ କରାଯାଇଥିଲା। ସଡ଼କ ନିରାପତ୍ତା ଉପରେ ସ୍ଲୋଗାନ, କୁଇଜ୍ ଆଦି ବିଭିନ୍ନ ପ୍ରତିଯୋଗିତା ସଦସ୍ୟ ଏବଂ କର୍ମଚାରୀଙ୍କ ପାଇଁ ଆୟୋଜନ କରାଯାଇଥିଲା, ଯେଉଁଥିରେ ଅତ୍ୟନ୍ତ ଆଗ୍ରହର ସହିତ ପ୍ରାୟ ୧୦୦ ଜଣ ଅଂଶଗ୍ରହଣ କରିଥିଲେ। ଚତୁର୍ଥ ସପ୍ତାହରେ ସ୍କୁଲ ବସ୍ ଏବଂ ପରିବହନ ଗାଡିଗୁଡିକର ଯାଞ୍ଚ ସହିତ ସଡ଼କ ମାର୍ଗ ପରିବର୍ତ୍ତନ ଭଳି କେତେକ ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ୟୁଏଆଇଏଲ ୟୁନିଟ ହେଡ ଶ୍ରୀ ବେଗ ପ୍ରକାଶ କରିଥିଲେ ଯେ ହେଲମେଣ୍ଟ ପିନ୍ଧିବା, ବେଗ ସୀମା ବଜାୟ ରଖିବା, ଟ୍ରାଫିକ ଏବଂ ସଡ଼କ ନିରାପତ୍ତା ସଙ୍କେତ ଗୁଡ଼ିକର ସଠିକ୍ ଅନୁପାଳନ ସହିତ ଏ ସମ୍ପର୍କରେ ସଚେତନତା ପ୍ରସାର ତଥା ଜନସାଧରଣଙ୍କୁ ଅବଗତ କରାଇ ସଡ଼କ ନିରାପତ୍ତା ସଂସ୍କୃତି ପ୍ରତି ଅବଦାନ ରଖିବା ପ୍ରତ୍ୟେକ ବ୍ୟକ୍ତି ଓ ବିଶେଷ କର୍ମଚାରୀଙ୍କ ଦାୟିତ୍ୱ।