ରିପୋର୍ଟ: ବିଭୁତି ଲହରିଆ //
କନ୍ଧମାଳ (୨୧/୦୨): କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ଜଳେଶପଟ୍ଟା ଆଶ୍ରମର ମୁଖ୍ୟ ଜୀବନ ମୁକ୍ତା ନନ୍ଦ ପୁରୀଙ୍କୁ ହତ୍ୟା ଧମକ ଚାରି ଦିନ ଭିତରେ ଜଳେଶପଟ୍ଟା କନ୍ୟାଶ୍ରମ କୁ ଉଡାଇଦେବା ସହ ଜୀବନରେ ମାରିଦେବାକୁ ଗତ କାଲି ସନ୍ଧ୍ୟା ରେ ବେଳେ ଧମକ ଅଜ୍ଞାତ ନାମରେ କେହି ଦୁର୍ବୁତ୍ତ ହତ୍ୟା ଧମକ ଦେଇଥିବା ଘଟଣା ରେ ତୁମୁଡିବନ୍ଧ ଥାନାରେ ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି ଅନ୍ତେବାସୀ ଓ ଆଶ୍ରମ ପରିଚାଳକ କର୍ମଚାରୀଙ୍କ ସୁରକ୍ଷା ବନ୍ଦୋବସ୍ତ କରିଛି କନ୍ଧମାଳ ପୋଲିସ l ଗତ ୨୦୦୮ମସିହାରେ ବେଦାନ୍ତକେଶରୀ ସ୍ୱାମୀ ଲକ୍ଷ୍ମଣl ନନ୍ଦ ସରସ୍ବତୀଙ୍କୁ ଧମକ ପୂର୍ଣ୍ଣ ଚିଠି ପରେ ସ୍ୱାମୀଜୀଙ୍କ ସମେତ ପାଞ୍ଚ ସହଯୋଗୀଙ୍କୁ ଆଶ୍ରମ ପରିସର ମଧ୍ୟରେ ଅତି ନିର୍ମମଭାବେ ହତ୍ୟାକରାଯାଇଥିଲା |

ଘଟଣା ପରେ ସାରା ରାଜ୍ୟରେ ସାମ୍ପ୍ରଦାୟୀକ ଦଙ୍ଗା ସୃଷ୍ଟିହୋଇଥିଲା l କନ୍ଧମାଳ ଏସ ପିଙ୍କ ନିର୍ଦେଶ କ୍ରମେ ବାଲିଗୁଡା ଏସ ଡି ପି ଓ ମନୋଜ ପୂଜାରୀ ଘଟଣାକୁ ଗୁରୁତର ସହ ନେଇଛନ୍ତି l କନ୍ଧମାଳ ଏସ ପି ଏବଂ ଦୁଇ ଡି ଏସ ପି ପାହ୍ୟାର ଅଫିସର ଘଟଣା ସ୍ଥଳରେ ଉପସ୍ଥିତ ରହି ସୁରକ୍ଷା ଯାଞ୍ଚ କରୁଛନ୍ତି | ପୋଲିସ ପ୍ରଶାସନ ପକ୍ଷରୁ ଆଶ୍ରମ ପରିସରରେ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି l କଡା ସୁରକ୍ଷା ମଧ୍ୟରେ ଆଶ୍ରମର ଦଶମ ଶ୍ରେଣୀ ଛାତ୍ରୀଙ୍କ ପାଠ ପଢା ଚାଲିଥିବା ଦେଖିବାକୁ ମିଳିଛି l କିଏ ସେ ଦୁର୍ବୁତ୍ତ ସ୍ୱାମୀଜିଙ୍କୁ ହତ୍ୟା ଓ ଆଶ୍ରମ ଉଡାଇବାକୁ ଧମକ ଦେଇଥିଲା ତାକୁ ଚିହ୍ନଟ କରି ଧରିବାକୁ ପୋଲିସ ତଦନ୍ତ ଜାରି ରଖିଛି l କନ୍ୟାଶ୍ରମର ଉନ୍ନତି ଦେଖି ଆଶ୍ରମକୁ ନଷ୍ଟ ଭ୍ରଷ୍ଟ କରିବାକୁ କିଛି ଗୋଷ୍ଠୀ ଚକ୍ରାନ୍ତ କରୁଛନ୍ତି | ସ୍ୱାମୀ ଲକ୍ଷଣl ନନ୍ଦଙ୍କୁ ଯେଉଁମାନେ ହତ୍ୟାକଲେ ସେହିମାନେ ଏହି ଷଡ଼ଯନ୍ତ୍ର କରୁଥିବା କହିଛନ୍ତି ବାବା ଜୀବନ ମୁକ୍ତା ନନ୍ଦ ପୁରୀ | କନ୍ଧମାଳ ପୋଲିସ ତଦନ୍ତ କରି ମୁଖ୍ୟ ଆସାମୀ ମହାଦେବ ମହାରାଜକୁ ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଚାଟିକଣା ଠାରୁ ଗିରଫ କରା ଯାଇଛି| ତାଙ୍କ ପିତା ରବୀନ୍ଦ୍ର ମହାରାଜ ଘର ସୁନ୍ଦରଗଡ ସଦର ଥାନା ରଂଗାଢ଼ୀପା ଗାଁ ର । ମହାଦେବ ମହାରାଜ ୨୦୧୯ ମସିହାରେ ଚକାପାଦ ଠାରେ ପାଞ୍ଚ ଛଅ ମାସ କାମ କଲା ସ୍ୱାମୀଜୀଙ୍କ ସହ ମନାନ୍ତର ହୋଇଥିଲା | ପରେ ଜାଲେସପଟା ଆସିଥିଲେ ସେଠାରେ ମଧ୍ୟ ସ୍ଵାମୀଙ୍କ ସହ ମତ ପାର୍ଥକ୍ୟ ଥିଲା | ପରେ ସ୍ୱାମୀଜୀ ଜୀବନ ମୁକ୍ତାନନ୍ଦଜୀ ଆଶ୍ରମରୁ ବାହାର କରି ଥିଲେ | ମହାଦେବ ମହାରାଜଙ୍କ ଠାରୁ ମଧ୍ୟ ଯେଉଁ ନମ୍ବର ରୁ କଲ କରିଥିଲେ, ସେହି ମୋବାଇଲ ଓ ସିମକୁ ଜବତ କରାଯାଇଛି | ତୁମୁଡିବନ୍ଧ ଥାନା କେସ ୧୧ /୨୦ ରେ ଏକ ମାମଲା ରୁଜୁ ହୋଇଛି | ଏହାକୁ କେନ୍ଦ୍ର କରି ଧମକ ଦେଇଥିବା କନ୍ଧମାଳ ଏସ୍ ପି ବିନିତ୍ ଅଗ୍ରୱାଲ ବାଲିଗୁଡ଼ା ଠାରେ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ବାଲିଗୁଡା ଏସଡିପିଓ ମନୋଜ ପୂଜାରୀ, ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ ଏହି ସାମ୍ବାଦିକ ସମ୍ବିଳନୀରେ ଉପସ୍ଥିତ ଥିଲେ |