ସାଧାରଣ ଜନତାଙ୍କ ସ୍ୱର

କାଶୀପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ପ୍ରହସନ

ୱେବ ରିପୋର୍ଟର: ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣ ସିଂହପୁର ( ତା-୨୧-୨-୨୧ରିଖ): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଓଡାଯୋଡି ଠାରେ ଦେଖା ଦେଇଛି ଆଉ ଏକ ଅଭାବନୀୟ ଘଟଣା । ଓଡାଯୋଡି ଗ୍ରାମ ପଞ୍ଚାୟତ ର କରନି ଖାଲ ଗାଁ ର. ଗୋରୀ ମାଝୀଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସ କୁ ଡକାଇ ଥିଲେ | ହେଲେ ଉକ୍ତ ଗ୍ରାମ କୁ ଠିକ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଟି ଦୁଇ କିଲୋମିଟର ଦୂରରେ ରହି ଯାଇଥିଲା |055f7421 e344 457a a476 0ca3f8b37ce7

ହେଲେ ଆମ୍ବୁଲାନ୍ସ ଡ୍ରାଇଭର ପରୀକ୍ଷିତ ନାଇକ ଓ ଆଶା କର୍ମୀ କୁମାରୀ ଦେଇ ମାଝୀ ଓ କୈଳାସ ଲିମା ନିଜସ୍ଵ ଅତ୍ମୀୟତା ଦେଖାଇ ଦୀର୍ଘ ଦୁଇ କିଲୋମିଟର ଷ୍ଟେଚର ରେ ବୁହା ହୋଇ ଆମ୍ବୁଲାନ୍ସ ପାଖକୁ ଆଣି କାଶୀପୁର ମେଡିକାଲରେ ଭର୍ତି କରିଥିଲେ। ହେଲେ ଏହାର ସମାଧାନର ବାଟ କଣ ଖାଲି ଆମେ ସରକାରଙ୍କୁ ଦୋଷ ଦେଲେ ହେବନି, ସେଥିପାଇଁ ଆମେ ନିଜେ ମଧ୍ୟ ସତର୍କ ହେବା ଦରକାର | ସେଠାରେ ଚାକିରୀ କରୁଥିବା ଆଶା ଅଙ୍ଗନ ବାଡ଼ି ଏଏନଏମ ଓ ନିଜେ ମହିଳା ଙ୍କ ସ୍ୱାମୀ ମଧ୍ୟ୍ୟ ଜାଣିବା ଦରକାର ଯେ ମୋ ସ୍ତ୍ରୀ ର ପ୍ରସୂତି ସମୟ କେବେ ତା ପରେ ଆମ ଗାଁ କୁ ଆମ୍ବୁଲାନ୍ସ ଆସିପାରିବନି ସେ ଜାଣି ଥିବ ତଥାପି କାହିଁକି ସେ ସେହିଦିନକୁ ଆପେକ୍ଷl କରୁଛି | ତାପରେ ସେ ଜାଣିଚି ମା ଗୃହ ରେ ପାଞ୍ଚ ଦିନ ଆଗରୁ ରହିବା ଖାଇବା ବ୍ୟବସ୍ଥା ରହିଛି। ତଥାପି ସେ କାହିଁକି ନେଉ ନାହାଁନ୍ତି | ସରକାରଙ୍କ ଏତେ ସୁବିଧା ସୁଯୋଗ ରହିବା ସତେ କାହିଁକି ଗର୍ଭବତୀ ମାନେ ଆସୁ ନାହାଁନ୍ତି | ଏଥି ପାଇଁ ଦାଈ କିଏ ଅଙ୍ଗନ ବାଡ଼ି କର୍ମୀ ଏଏନଏମ ଆଶା କର୍ମୀ ମାନେ ଠିକ ଭାବରେ କାର୍ଯ୍ୟ କରୁଛନ୍ତି ତ ନ ହେଲେ ସରକାରଙ୍କ ଯେତେ ଯୋଜନା କଲେ ସୁଦ୍ଧା ଫଳପ୍ରଦ ହୋଇ ପାରିବ ନାହିଁ | ଜିଲ୍ଲା ପ୍ରଶାସନ ଜାଣିବା କଥା ବାରମ୍ବାର ଖବର କାଗଜ ଟି ଭି ମାଧ୍ୟମରେ ଜାଣିବାକୁ ପାଉଛନ୍ତି ରାସ୍ତା ଅଭାବରୁ ଗର୍ଭବତୀ ମାଁ ମାନେ କେତେ ହଇରାଣ ହେଉଥିବାର | ଖବର ପାଇ ମଧ୍ୟ୍ୟ କୁମ୍ଭ କର୍ଣ ନିଦ୍ରାରେ ଶୋଇ ରହୁଛନ୍ତି | ଯେଉଁ ଠାରେ ଆବଶ୍ୟକ ସେଠାରେ କାମ ନ କରି ଅନାବଶ୍ୟକ ସ୍ଥାନରେ କାମ ସବୁ କରୁଛନ୍ତି। ଏଭଳି ପରିସ୍ଥିତି ରେ ଆମେ କାହାକୁ ଦାଈ କରିବା ବୋଲି ଅଞ୍ଚଳ ବାସୀଙ୍କୁ ଚିନ୍ତାର କାରଣ ପାଲଟିଛି।

Leave a Reply

Your email address will not be published. Required fields are marked *

%d bloggers like this: