ସାଧାରଣ ଜନତାଙ୍କ ସ୍ୱର

ଜିଲ୍ଲା କଳାକାର ସଂଘର ଵୈଠକ ଓ କାର୍ଯ୍ୟକାରୀ କମିଟି ଚୟନ

ୱେବ ରିପୋର୍ଟର : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର( ତା-୨୦/୨/୨୧): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଆଜି ରାୟଗଡ଼ ଠାରେ ଜିଲ୍ଲାର ସମସ୍ତ ବ୍ଲକର ଆଞ୍ଚଳିକ କଳାକାର ମାନେ ଏକତ୍ର ହୋଇ ଏକ ଵୈଠକ୍ କରି କାର୍ଯ୍ୟକାରୀ କମିଟି ଚୟନ କରିଛନ୍ତି। ରାୟଗଡ଼ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠିକାର ଭାଷା କଳା ଓ ସଂସ୍କୃତି ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ଉପାନ୍ତ ଅଞ୍ଚଳ କୁହାଯାଉଥିବା ଏହି ଜିଲ୍ଲାରେ ଡଙ୍ଗରିଆ କନ୍ଧ, କୁୱି ଓ ଲାଞ୍ଜିଆ ସଉରା ଜନଜାତିର ସମ୍ପ୍ରଦାୟର ଅଧିକାଂଶ ଲୋକ ବସବାସ କରନ୍ତି। ଏଠିକାର ଭାଷା କଳା ସଂସ୍କୃତିକୁ ବିଶ୍ଵ ଦରବାରରେ ପ୍ରସିଦ୍ଧ ଲାଭ କରିଥିବା ବେଳେ ଆଞ୍ଚଳିକ କଳାକାର ମାନଙ୍କୁ ସରକାର କିମ୍ବା ପ୍ରଶାସନ ତରଫରୁ ପ୍ରଶ୍ଚାହନ ନ ମିଳିବା ଦୁଃଖର ବିଷୟ ପାଲଟି ଯାଇଛି।

ଆଦିବାସୀ କୁୱୀ ଭାଷାରେ ପ୍ରଥମ କରି ୨୦୦୭ ମସିହାରେ ସିଡି କ୍ୟାସେଟ୍ ମାଧ୍ୟମରେ ଆଲବମ୍ ଗୀତ ଭିଡ଼ିଓ ପ୍ରସ୍ତୁତ ହେଉଥିଲା କିଛି ଦିନ ପରେ ସିଡି କ୍ୟାସେଟ୍ ର ବିଲୟ ହେବା ପରେ ପେନ୍ଡ୍ରାଇଭ୍ ଓ ମେମୋରି କାର୍ଡ ବ୍ୟବହାର ଆରମ୍ଭ ହେବାର ଦେଖିବାକୁ ମିଳିଲା ସେଇ ସମୟରେ ସୋସିଆଲ ମିଡ଼ିଆ ପଦାର୍ପଣ ହେଲା ପରେ ୟୁଟୁବ ପ୍ଲାଟଫର୍ମ ରେ ଏଇ କଳାକାର ମାନେ ନିଜର ନାଚ ଗୀତ ପ୍ରସ୍ତୁତ କରି ଏଥିରେ ଅପଲୋଡ଼ କରି ଦର୍ଶକ ମାନଙ୍କ ପାଖେ ପହଞ୍ଚି ପାରିଲେ ତାସହିତ ୟୁଟ୍ୟୁବ୍ ରେ କିଛି ଅର୍ଥ ଉପାର୍ଜନ ମଧ୍ୟ କରିବାକୁ ପାଇଲେ କିନ୍ତୁ ଏଇ କଳାକାର ମାନଙ୍କୁ ନା କିଛି ସ୍ଵୀକୃତି ମିଳିଲା ନା ମିଳିଲା ସହଯୋଗ। ଯେମିତି ଜିଲ୍ଲା ଚଇତି ମହୋତ୍ସବ ଜିଲ୍ଲା ଲୁକାୟତ କଳାକାର ପ୍ରତିଭା କୁ ଏକ ମଞ୍ଚ ଦିଆ ଯାଇଛି ବୋଲି ପ୍ରଚାର ପ୍ରସାର ହେବାର ଦେଖିବାକୁ ମିଳୁଛି କିନ୍ତୁ ସେ ମଞ୍ଚରେ ଅନ୍ୟ ରାଜ୍ୟ ଓ ଅନ୍ୟ ଜିଲ୍ଲାର ହିଁ କଳାକାର ମାନଙ୍କୁ ପ୍ରାଧାନ୍ୟ ଦିଆ ଯାଉଛି ଆଉ ଅନ୍ୟ ସ୍ଥାନର କଳାକାର ମାନଙ୍କୁ ଡକାଯାଇ ତାଙ୍କୁ ମୋଟା ଅଙ୍କର ଟଙ୍କା ଦିଆ ଯାଉଥିବା ବେଳେ ଆଞ୍ଚଳିକ କଳାକାର ମାନଙ୍କୁ ମଞ୍ଚ ମଧ୍ୟ ମିଳୁ ନ ଥିବା ବିଷୟରେ କଳାକାର ମାନେ ଏହି ଆଲୋଚନାରେ ପ୍ରକାଶ କରିଥିଲେ। ପ୍ରଥପ୍ରାନ୍ତ ନାଟକ ହେଉକି କୌଣସି ସଚେତନ କାର୍ଯ୍ୟକ୍ରମରେ ବାହାର ଜିଲ୍ଲାର କଳାକାର ମାନେ ଏଠି ଅର୍ଥ ଉପାର୍ଜନ କରୁଥିବା ବେଳେ ସ୍ଥାନୀୟ କଳାକାର ମାନଙ୍କ ସହ ପ୍ରଶାସନର ଯୋଗାଯୋଗ ଅଭାବରୁ ଏଭଳି କାମରେ ଆଞ୍ଚଳିକ କଳାକାର ସୁଯୋଗ ହରେଇବାକୁ ପଡୁଛି। ତେଣୁ ରାୟଗଡ଼ ଜିଲ୍ଲାର ଆଞ୍ଚଳିକ ଭାଷା କଳାକାର ସବୁ ଆଜି ଏକ ଵୈଠକ କରିଥିଲେ। ଆଞ୍ଚଳିକ ଭାଷା କଳା ଓ ସଂସ୍କୃତିକୁ ବଞ୍ଚେଇ ରଖିବା ସହ କଳାକାର ମାନଙ୍କର ବିକାଶ ପାଇଁ ରାୟଗଡ଼ ଜିଲ୍ଲା କଳାକାର ସଙ୍ଘ ନାମରେ କାର୍ଯ୍ୟକାରୀ କମିଟି କରି ସଭାପତି ଭାବେ ସନ୍ତୋଷ କୁମାର ବଚ୍ଛା ( ସୁପ୍ରିତ୍ ) ଉପ ସଭାପତି ଭାବେ ପଦ୍ମନ କନ୍ଧପାଣି , ସଂପାଦକ ଭାବେ ରୋନିତ୍ ଶବର ଉପ ସମ୍ପାଦକ ଭାବେ ମୁନା ହିମୀରିକା ଓ କୋଷାଧ୍ୟକ୍ଷ ଭାବେ କୁମାରୀ ମାନ୍ସି ମେଲେକା ଙ୍କୁ ସମସ୍ତଙ୍କ ସହମତି କ୍ରମେ ଉକ୍ତ ଦାୟିତ୍ଵରେ ଚୟନ କରାଗଲା । ଏହି ଵୈଠକରେ ରାୟଗଡ଼ ଜିଲ୍ଲାର ସମସ୍ତ ବ୍ଲକ ରୁ ଆଞ୍ଚଳିକ କଳାକାର ଗୁପ୍ତେ, ରାଜ୍, ରୋଜି, ଜଗଦାଶ, ମଳୟ, ସୁବାସ କୁନାକା, ସୁରେଶ କୁନାକା, ଚରନ୍ ,ପଞ୍ଚୁ କଚିଆ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

%d bloggers like this: