ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୨୦-୦୨): ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଉପଖଣ୍ଡରେ ଟ୍ରାଫିକ ଅବ୍ୟବସ୍ଥା ଲାଗି ରହିବା ସହ ଛୋଟ ବଡ ଦୁର୍ଘଟଣା ଘଟିବା ସହ ଧନଜୀବନ ନଷ୍ଟ ହେବା ସହ ଆମ୍ବୁଲାନ୍ସ,ଅଗ୍ନିଶମ ବିଭାଗ ଗାଡି ଗୁଡ଼ିକ ଏହି ଅବ୍ୟବସ୍ଥା ଯୋଗୁଁ ଘଣ୍ଟା, ଘଣ୍ଟା ଧରି ଛିଡା ହୋଇ ରହୁଥିବା ବେଳେ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଉଛି । ଟିଟିଲାଗଡ ଉପଜିଲ୍ଲାପାଳ ସୋମେସ ଉପଧ୍ୟାୟ ଏହି ସମସ୍ୟା ଯୋଗୁଁ ଜବରଦଖଲ ଉଛେଦ କାର୍ଯ୍ୟ ଜାରିରଖିଛନ୍ତି ।
ସୂଚନାଯୋଗ୍ୟ ଯେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ଓଭରର୍ବ୍ରିଜ ନିର୍ମାଣ ହୋଇଥିବା ବେଳେ ସହରର ମଧ୍ୟ ଭାଗରେ ଟିଟିଲାଗଡ ଥାନା ସାମ୍ନାରୁ ସମସ୍ତ ଜାନବାହାନ ଯାତାୟାତ କରିବେ । ଏହି ବ୍ରିଜକୁ ବାଇପାସ ବ୍ୟବସ୍ଥା କରାଯାଇ ସହର ଶେଷ ମୁଣ୍ଡରେ ବ୍ରିଜ ଶେଷ କରାଗଲେ ଏ ସମସ୍ୟା ସମାଧାନ ହୋଇ ପାରନ୍ତା ବୋଲି ଦାବି ହେଉଛି । ଯଦ୍ୱାରା ସହର ମଝିରେ ଟ୍ରାଫିକ ନିୟନ୍ତ୍ରଣ ହୋଇପାରିଥାନ୍ତା କିନ୍ତୁ ପୂର୍ବ ରୁ ଧାର୍ଯ୍ୟ ଯୋଜନା ଅନୁଯାୟୀ ଏହି କାମ ସମାପ୍ତ ହୋଇଆସୁଥିବା ବେଳେ ଏହି ବ୍ରିଜକୁ ସହର ଶେଷ ମୁଣ୍ଡ ପର୍ଯ୍ୟନ୍ତ ବ୍ରିଜ ବୃଦ୍ଧି କରାଯିବା ନେଇ ସାଧାରଣରେ ଦାବୀ ହେଉଛି । ଅପର ପକ୍ଷରେ ସହରର ବିଭିନ୍ନ ଅଞ୍ଚଳରୁ ଜବରଦଖଲ ହଟାଇଦିଆଯାଇଛି ଓ ଉନ୍ନତି ମୂଳକ କାମ ମଧ୍ୟ ଆରମ୍ବ ହୋଇଛି । ହେଲେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ନିଜ ବାସଭବନ ସାମ୍ନାରେ ଭାରତ ମ୍ୟାଡିକାଲ ନାମରେ ଦୁଇ ମହଲା ବିଶିଷ୍ଟ କୋଠା ସରକାରୀ ଜବରଦଖଲ ଜାଗାରେ ବିନା ସରକାରୀ ଅନୁମତି କ୍ରମେ ତଥା ପୌରପରିଷଦର ନିର୍ମାଣ ପ୍ରମାଣପତ୍ରରେ ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ପୂର୍ବତନ ଉପଜିଲ୍ଲାପାଳ ସୁରେଶ ବସିଷ୍ଟ ଓ ମନିଶ ମୁଦଗିଲ ଏହି ବେଆଇନ ନିର୍ମାଣକୁ ଉଛେଦ ମଧ୍ୟ କରାଯାଇଥିଲା । ହେଲେ ଉପଜିଲ୍ଲାପାଳଙ୍କ ଖୋଦ ନିଜ ବାସଭବନ ସାମ୍ନାରେ ଥିବା ଏହି ବେଆଇନ ଭାବେ ନିର୍ମାଣକୁ ଉଚ୍ଛେଦ କରାଯାଉ ବୋଲି ଯୁବ ସ୍ବେଚ୍ଛାସେବୀ ସଙ୍ଘ ବାର୍ଡ ତରଫରୁ ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରିଥିବା ନେଇ ସୂଚନା ଦେବା ସହ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଲେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ।