ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା (୧୮/୦୨): ବହୁ ପ୍ରତୀକ୍ଷା ପରେ ପ୍ରଥମ ଥର ପାଇଁ ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ କଂକଲା ଗ୍ରାମରେ କିଛି ସମାଜସେବି ଙ୍କ ଆନୁକୂଲ୍ୟରେ ଗ୍ରାମରେ ସରସ୍ବତୀ ପୂଜାରେ ଧଡକନ ଡେନ୍ସ ଗ୍ରୁପ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
କରୋନା ମହାମାରୀ ସମୟରେ କୋଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ନ ପାରୁଥିବାରୁ ଏହି ଉତ୍ସବଟିକୁ ଗ୍ରାମବାସୀ ଓ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ | ଶୃଙ୍ଖଳା ସହିତ ଏହି କାର୍ଯ୍ୟକ୍ରମ ହୋଇଥିବାରୁ ସତ୍ୟବାନ ବେହେରା, ସମ୍ବାରୁ ବେହେରା, ପଙ୍କଜ ବେହେରା ଓ ବିଜୟ ନାଏକଙ୍କୁ ଦର୍ଶକ ସମାଜ ଧନ୍ୟବାଦ ଅର୍ପଣ କରିଥିଲେ |