ସାଧାରଣ ଜନତାଙ୍କ ସ୍ୱର

ଜିଲ୍ଲା ଶିଳ୍ପ କେନ୍ଦ୍ର ସହାୟତାରେ ୧୪ଦିନିଆ ପ୍ରଶିକ୍ଷଣ ଶିବିର

ରିପୋର୍ଟ: ଏ.କେ.ବିଶ୍ୱାସ //
ମାଲକାନଗିରି (୧୨/୦୨): ସ୍ଥାନୀୟ ସରକାରି ପଲିଟେକନିକାଲ ସ୍କୁଲରେ ଚଉଦ ଦିନିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି | ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧକ୍ଷ ଅଭିରାମ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀ ଉଦ୍ୟୋଗୀ ହେବା ପାଇଁ ପରାମର୍ଶ ଦେଇଥିଲେ | ଏହି ସଭାର ମୁଖ୍ୟବକ୍ତା ଭାବେ ଡ଼ଃ ରଞ୍ଜନ କୁମାର ସ୍ୱାଇ, ଅଧ୍ୟାପକ ମାଲକାନଗିରି ମହାବିଦ୍ୟାଳୟ ଯୋଗଦାନ କରି ମାର୍କେଟିଙ୍ଗ ଉପରେ ବିସ୍ତୃତ ବର୍ଣନା କରିଥିଲେ |

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଳ୍ପ କେନ୍ଦ୍ର ମାଲକାନଗିରି ଆୟୋଜନ କରିଥିବା ବେଳେ ଶିଳ୍ପ ନିର୍ଦେଶକ ଓଡିଶା କଟକ ସହାୟତା କରିଛନ୍ତି ଏଥିରେ ୨୫ଟି ଉଦ୍ୟୋଗ ତାଲିମ ନେଇଛନ୍ତି l ଏହି ଚଉଦ ଦିନ ବ୍ୟାପି କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ | ରବୀନ୍ଦ୍ରନାଥ କୁଣ୍ଡୁ, ଆର.ପି.ଓ ଏହି ସଭାକୁ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ ପଲିଟେକ୍ନିକାଲ ଛାତ୍ରଛାତ୍ରୀ ମାଲକାନଗିରି ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଆଖପାଖ ଯୁବଗୋଷ୍ଠୀ ସମିଲ ହୋଇଥିଲେ | ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆତ୍ମନିର୍ଭରଶିଳ ହେବା ପାଇଁ ସମସ୍ତେ ଆନନ୍ଦ ସହ ପ୍ରକାଶ କରିଛନ୍ତି ତଥା ଏପରି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆୟୋଜକ ତଥା ଶିଳ୍ପ ନିର୍ଦେଶାଳୟଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି |

Leave a Reply

Your email address will not be published. Required fields are marked *

%d bloggers like this: