ରିପୋର୍ଟ: ଶୁଭମ ପାଣି //
ଢେଙ୍କାନାଳ (୧୨/୦୨): ଗନ୍ଦିଆ ବ୍ଳକ ଶିକ୍ଷା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମନିଟରିଙ ଟିମ୍ ଲିଡର ଓ ସଦସ୍ୟ ମାନେ ଆଜି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ମନିଟରିଙ୍ଗ କରିଛନ୍ତି ।
ମନିଟରିଙ୍ଗ କମିଟିର ଟିମ୍ ଲିଡର ହରିହର ସାହୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ଵହୁମୂଖୀ ଉଚ୍ଚ ବିଦ୍ୟାଳୟ ଦେଓଗାଁ, କପିଳାସ ବାଳିକା ଉଚ୍ଚ ବିଦ୍ୟାଳୟ, ବିଦ୍ୟାଧର ପୁର ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ବିଧାରପୁର, ସହଦେବ ଉଚ୍ଚ ବିଦ୍ଯା ପୀଠ ସାନ୍ଦାପଶିପାଟଣା,ଓ ଗନ୍ଦିଆ ହାଇସ୍କୁଲରେ ପ୍ରଧାନ ଶିକ୍ଷକଙ୍କ ସହିତ ମୋ ସ୍କୁଲ ଅଭିଯାନ ବିଷୟରେ ଆଲୋଚନା କରିଥିବା ବେଳେ ଅନ୍ୟତମ କମିଟି ସଦସ୍ୟ ସୁବାଷ ଚନ୍ଦ୍ର ସ୍ବାଇଁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ମଠ ତେନ୍ତୁଳିଆର ପ୍ରଧାନ ଶିକ୍ଷକଙ୍କ ସହିତ ଆଲୋଚନା କରିଥିଲେ । ଦେଓଗାଁ କ୍ଲଷ୍ଟରର ସି ଆର ସି ସି ବିଦ୍ୟାଧର ପରିଡ଼ା ଦେଓଗାଁ ହାଇସ୍କୁଲରେ ଆଲୋଚନାରେ ସହଯୋଗ କରିଥିଲେ ।