Friday, March 29, 2024

Top 5 This Week

Related Posts

ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାତୀୟ ପତାକା କୁ ଅସମ୍ମାନ

ରିପୋର୍ଟ : ରାକେଶ ମହାରଣା
ଗଞ୍ଜାମ,(୧୯/୦୯) : ଗଞ୍ଜାମ ଜିଲ୍ଲା ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାତୀୟ ପତାକା କୁ ପୋଛା କନା କରି ପକାଇଲେ ପାତ୍ରପୁର ମେଡିକାଲ କର୍ମଚାରୀ ।WhatsApp Image 2021 09 19 at 10.51.52 AM 1 ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାତୀୟ ପତାକା କୁ ଅସମ୍ମାନ

ଏ ନେଇ ଵି ପି ଏମ ଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ ସେ କହିଲେ ହଁ ଭୁଲ୍ ବଶତଃ ଜଙ୍କ ରୁମ୍ ରେ ରହିଯାଇଛି । ଜାତୀୟ ପତାକା କୁ ସସମ୍ମାନେ ରଖିବା କଥା ଆପଣ ଏହି ତ୍ରିରଙ୍ଗା ପତାକା ର ଅପମାନ କରୁଛନ୍ତି ବୋଲି ଜଣେ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଵି ପି ଏମ ମହାଶୟ ରାଗିଯାଇ ଉକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅସଦାଚରଣ କରିଥିଲେ । ମେଡିକାଲ ଇନଚାର୍ଜ ଡାକ୍ତର ସମ୍ବିତ ବେଗ୍ରାୟ ତାଙ୍କ ପ୍ରତିକ୍ରିୟା ରେ କହିଲେ ଯେ ଆମର ତ୍ରିରଙ୍ଗା ପତାକା ଅଫିସ୍ ରେ ଅଛି । ଏହି ପତାକା ଟି ବାହାରୁ କେହି ଆଣି ରଖିଦେଇଥିବେ ।

ଯଦି ରଖିଥିବେ କାହିଁକି ରେଖିଲେ ସେଇଠାରେ ଡାକ୍ତର ଙ୍କ କଥା ସତ୍ୟ ଅଟେ ତାହା ହେଲେ ଏହାର ତଦନ୍ତ କରାଯାଉ । ଜାତୀୟ ପତାକା କୁ ଅସମ୍ମାନ କରୁଥିବା କର୍ମଚାରୀ ତଥା ମେଡିକାଲ ଅଫିସର ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Popular Articles