ସାଧାରଣ ଜନତାଙ୍କ ସ୍ୱର

ବିନିକା ପାଲିପଡା ଠାରେ ସାଂସ୍କୁତିକ କାର୍ଯ୍ୟକ୍ରମ ” ମହକ ” ଅନୁଷ୍ଠିତ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା ୧୧/୨): ବିନିକା ପାଲିପଡା ଠାରେ ନୃତ୍ୟନିକେତନ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ” ମହକ ” ଅମିତ ବିକ୍ରମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିନିକା ତହସିଲଦାର ଅଲେଖ ଘୁଟ୍ଟା ଓ ଏ ନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଖୀରାମ ନାଏକ ଦୀପ ପ୍ରଜ୍ବଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଧଘାଟନ କରିଥିଲେ ।a93c423b 882f 447e 86de ee8f80df0521

ଏଥିରେ ସିଦ୍ଧାର୍ଥ ଡିଗ୍ରୀ କଲେଜର ଅଧ୍ୟକ୍ଷ ଧୀରେନ୍ଦ୍ର ନାୟକ, ଯୁକ୍ତ ଦୁଇ କଲେଜ ଅଧ୍ଯକ୍ଷ୍ୟା ରେଖା ପ୍ରଧାନ, ଆର କେ ମିଡ଼ିଆ ମୁଖ୍ୟ ରାଜକିଶୋର ମଲ୍ଲିକ, କଳାକାର ଶାଶ୍ୱତ ତ୍ରିପାଠୀ, ସରୋଜ କୁମାର, ଗୋପାଳ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ରସିକ ସାହୁ , ନୀଳାଚଳ ମେହେର , ଅଲିଶା ଅଗ୍ରୱାଲା , ମାନଗୋବିନ୍ଦ ମେହେର , ରାମଚନ୍ଦ୍ର ଦାସ ,ବଲରାମ ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୀର୍ତିସୁଧା ମିଶ୍ର ସ୍ୱାଗତ ଭାଷଣ ଦେବାସହ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ସଦସ୍ୟବୃନ୍ଦ ଓ ପାଲିପଡାବାସୀ ଏହାକୁ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

%d bloggers like this: