Friday, March 29, 2024

Top 5 This Week

Related Posts

ଏଚଆଇଭି ଏଡ୍ସରେ ଆକ୍ରାନ୍ତ ଜାଣି ସୁଦ୍ଧା ଚିକିତ୍ସା ନ ମିଳିବା ଅଭିଯୋଗ : ଅସହାୟଙ୍କ ପ୍ରତି ଦୃଷ୍ଟି ଦେବାକୁ ଦାବି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୮/୦୯) : ବଲାଙ୍ଗୀର ଜିଲ୍ଲାରେ ଏଚଆଇଭି ଏଡ୍ସରେ ଆକ୍ରାନ୍ତ ତଥା ଜଣେ ରେମନ କର (ଛଦ୍ମନାମ) (ବ-୫୦) ନାମ୍ନୀ ଜଣେ ମାନସିକ ରୋଗୀ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଡାକ୍ତରଖାନା ରୁ ସ୍ଥାନାନ୍ତରିତ ହୋଇ ଆସି ଚିକିତ୍ସାଧୀନ ଅବସ୍ଥାରେ ଭର୍ତ୍ତି ହୋଇରହିଛନ୍ତି ।

ସେ ଏଚଆଇଭି ଏଡ୍ସରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ରୁ ଡ଼ଃ ଓଁକାର ହୋତା ଙ୍କ ପରାମର୍ଶ କ୍ରମେ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତରିତ ହୋଇ ଆସିଥିଲେ । ହେଲେ କାର୍ଯ୍ୟରତ ନର୍ସିଂ କର୍ମଚାରୀ ଡାକ୍ତରଙ୍କ ଦ୍ୱାରା ଲେଖାଯାଇଥିବା ସାଲାଇନ,ଇଂଜେକସନ ଆଦି ତାଙ୍କୁ ହେଣ୍ଡ ଗ୍ଲୋବ ଲଗେଇ ତୁରନ୍ତ ଚିକିତ୍ସା ଆରମ୍ଭ କରିବା ବଦଳରେ କେବଳ ଦୁଇଟି ଇଂଜେକସନ ଦେଇ ସେମିତି ଛାଡ଼ି ଦେଇଥିଲେ ।

ଗୁରୁତର ଉକ୍ତ ଆକ୍ରାନ୍ତ ଙ୍କୁ ଅନ୍ୟ ଆବଶ୍ୟକୀୟ ଡାକ୍ତର ଙ୍କ ଲେଖା ଅନୁଯାଇ ଇଂଜେକସନ,ସଲାଇନ ଆଦି ଦେବାକୁ ନର୍ସିଂ କର୍ମଚାରୀ ଙ୍କୁ ତାଙ୍କ ସ୍ତ୍ରୀ ଅନୁରୋଧ କରିଥିଲେ । କିନ୍ତୁ ସେ ଏଚଆଇଭି ଆକ୍ରାନ୍ତ ଜାଣି ତାଙ୍କୁ ଦିନ ଦୁଇଟା ରୁ ରାତି ୧୦ ଟା ରେ ଡାକ୍ତର ଆସିବା ପରେ ଲେଖିବୁ କହିଥିଲେ । ବାଧ୍ୟ ହୋଇ ଜଗି ରହିବା ଓ ଡାକ୍ତର ରାତି ୯ ଟା ରେ ଆସି ପୁନଃ ଆବଶ୍ୟକ ସଲାଇନ,ଇଞ୍ଜେକ୍ସନ ଲେଖିଥିଲେ ।

ଉକ୍ତ ଡ଼ାକ୍ତରଙ୍କ ଲେଖା ସତ୍ତ୍ୱେ ତାଙ୍କୁ କିଛି ନ ଦେବା ଓ ରୋଗୀ ଙ୍କୁ ଘୃଣା ଭାବ ପ୍ରଦର୍ଶନ କରିବା ତାଙ୍କ ସ୍ତ୍ରୀ ଗୁରୁତର ଅଭିଯୋଗ କରିଛନ୍ତି । ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଥିବା ଉକ୍ତ ରୋଗୀ ଙ୍କୁ ଚିକିତ୍ସା ବଦଳରେ ବୁର୍ଲା ମେଡିକାଲ କଲେଜ ନେଇଯିବା କୁ କହୁଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।

ଏ ନେଇ ଜିଲ୍ଲା ଏ ଆର ଟି କେନ୍ଦ୍ର କାର୍ଯ୍ୟକର୍ତ୍ତା କିମ୍ବା ଜିଲ୍ଲା ରେ କାର୍ଯ୍ୟରତ ସାଇ ଟି ଆଇ ପ୍ରକଳ୍ପ କର୍ମଚାରୀ ତାଙ୍କ ତୁରନ୍ତ ଚିକିତ୍ସା ଅରମ୍ବ ନ କଲେ ଅକାଳ ମୃତ୍ୟୁ ର ଶିକାର ହେବା ସାର ହେବ । ଏ ନେଇ ବିଭାଗୀୟ ମୁଖ୍ୟ ଅଧିକାରୀ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହେଉଛି ।

Popular Articles