ବନ୍ୟା ପରିସ୍ଥିତି ଗମ୍ଭୀର, ମହାନଦୀ ଜଳ ପତନ ବୃଦ୍ଧି : ନଦୀକୁଳିଆ ତଳିଆ ଅଂଚଳ ଆତଙ୍କିତ

0
178

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୧୬/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଲଗାଣ ବର୍ଷା ହେବା ହେବା ଫଳରେ ମହାନଦୀ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି | ଏଵେ ବି ଦୁଇଟି ଗାଁ ଜଳ ବନ୍ଦୀରେ | ଜଗନ୍ନାଥ ସଡ଼କ ଧଳପୁର ଠାରେ ରାସ୍ତା ଉପରେ ଏଵେ ବି ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି |

ହୀରାକୁଦ ଜଳ ଭଣ୍ଡାରରୁ ୨୬ ଗେଟରେ ବନ୍ୟା ଜଳ ନିଷ୍କାସନ ହେବା ଫଳରେ ମହାନଦୀର ତଳିଆ ଅଂଚଳରେ ଗାଁ ଗଣ୍ଡା, ରାସ୍ତା ଘାଟ, ଚାଷ ଜମିରେ ବନ୍ୟା ପାଣି ଲହଡି ଭାଙ୍ଗୁଛି | ବନ୍ୟା ପରିସ୍ଥିତି ଗମ୍ଭୀର ହେବା ଫଳରେ ହରଭଙ୍ଗା ବ୍ଲକ ର ହରଭଙ୍ଗା, ଧଳପୁର, ପାଣିଘରା,ଖଣ୍ଡି ଧଳପୁର, ଅତଲସରା, ହାଟ ଗାଁ, ରାମଗଡ, କରଡ଼ି ଆଦି ମହାନଦୀ କୁଳରେ ଥିବା ପ୍ରାୟ ୩୧ ଟି ଗାଁ ବିପଦ ସଂକୁଳ ଅବସ୍ଥାରେ ଅଛି |

ହଜାର ହଜାର ଚାଷ ଜମିରେ ୩ ଦୀନ ହେଲା ପାଣି ମାଡିରହିଛି | ଫଳରେ ଚାଷ ଜମି ଗୁଡିକ ରେ ବାଲି ଚର ହୋଇ ଫସଲ ନଷ୍ଟ ହେବାରେ ଲାଗିଛି | ଏଵେ ବି ମାରଡ଼ା, ପାଣିଘରା ଗାଁ ପାଣି ଘେରରେ | ମିଳିଥିବା ସୂଚନା ନୁଯାଇ ଗତ କାଲି ପ୍ରଶାସନ ତରଫରୁ ମାରଡ଼ା ଗାଁ ରେ ରିଲିଫ ବଣ୍ଟନ ହୋଇଛି | ବହୁ ଲୋକଙ୍କ ଘର ଭାଙ୍ଗିବା ସହିତ ଜଗନ୍ନାଥ ସଡ଼କ ଯୋଗାଯୋଗ ବିଛିନ୍ନ ରହିଛି | ଲଘୁଚାପ ଜନିତ ଲଗାଣ ବର୍ଷା ସାରିବା ପରେ ଆଜି ମହାନଦୀର ପ୍ରବାହିତ ବନ୍ୟା ଜଳ ବୃଦ୍ଧି ହେବାରେ ଲାଗିଛି | ଜଳ ବୃଦ୍ଧି ପାଉଥିବାରୁ ନଦୀକୁଳିଆ ଅଂଚଳ ବାସୀଙ୍କୁ ଆତଙ୍କିତ ସୃଷ୍ଟି କରିଛି |