ସାଧାରଣ ଜନତାଙ୍କ ସ୍ୱର

ଆଜିଠୁ ଆରମ୍ଭ ହେଲା ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୮/୨) : ରାଜ୍ୟ ସରକାର ଏବଂ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଆଜି ସୋମବାର ଠାରୁ ନବରଙ୍ଗପୁରରେ ନବମ ଓ ଏକାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପାଠପଢା ଆରମ୍ଭ ହୋଇଯାଇଛି । ଏଥିପାଇଁ ନବରଙ୍ଗପୁରର ସମସ୍ତ ହାଇସ୍କୁଲ ଏବଂ ହାଇରସେକେଣ୍ଡାରୀ ସ୍କୁଲ, କଲେଜ ର ସମସ୍ତ ପ୍ରସ୍ତୁତି ପୂର୍ବରୁ ଶେଷ କରାଯାଇଥିଲା । ସ୍କୁଲ କ୍ୟାମ୍ପସ , କ୍ଲାସ ରୁମ ଗୁଡିକୁ ସାନିଟାଇଜ କରାଯାଇଥିଲା ।

କୋଭିଡ – ୧୯ ପାଇଁ ଗତ ମାର୍ଚ୍ଚ ୨୦୨୦ରୁ ସମସ୍ତ ସ୍କୁଲ କଲେଜ ସବୁ ବନ୍ଦ ରହିଥିଲା । ଗତ ଜାନୁୟାରୀ ୮ତାରିଖରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପାଇଁ ସ୍କୁଲ କଲେଜ ଖୋଲି ପାଠପଢା ଆରମ୍ଭ କରାଯାଇଥିବା ବେଳେ ଆଜିଠାରୁ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପାଇଁ ସ୍କୁଲ କଲେଜ ରେ ପାଠପଢା ଆରମ୍ଭ ହୋଇଛି । ଆଜିଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପାଠପଢା ଚାଲିବ ଏହାପରେ ମାର୍ଚ୍ଚ ଦ୍ଵିତୀୟ ସପ୍ତାହରେ ଗୋଟିଏ ୟୁନିଟ ଟେଷ୍ଟ କରାଯିବା ସହ ଏପ୍ରିଲ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା ହେବ ବୋଲି ସୂଚନା ମିଳିଛି । ଆଜି ଯେତେବେଳେ ଛାତ୍ର ଛାତ୍ରୀ ସ୍କୁଲ ଆସିଲେ ପ୍ରଥମେ ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା ଏହାପରେ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ହାତ ସାନିଟାଇଜ କରି ସାରିବା ପରେ କ୍ଲାସ ରୁମକୁ ପ୍ରବେଶ କରିଥିଲେ । ଏହା ପରେ ସମସ୍ତ ଛାତ୍ର ଛାତ୍ରୀ କୋଭିଡ ନିର୍ଦ୍ଦେଶନାମା ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରି କ୍ଲାସ ରୁମ ଭିତରେ ବସିଥିଲେ । ଏହି ସମୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ସାନିଟାଇଜ କରାଇବା ସହ ସାମାଜିକ ଦୁରତାରେ ଭିତରକୁ ପ୍ରବେଶ କରାଇଥିଲେ ।

Leave a Reply

Your email address will not be published. Required fields are marked *

%d bloggers like this: