ରାମଗଡ ଗ୍ରାମ ବାସୀଙ୍କ ବସା ଉଜାଡିଦେଲା ଲଗାଣ ବର୍ଷା

0
489

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୬/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ରାମଗଡ ପଂଚାୟତ ରାମଗଡ଼ ଗ୍ରାମ ବାସୀଙ୍କ ବହୁ ଲୋକ ଙ୍କ ଲଗାଣ ବର୍ଷା ରେ ଘର ଭାଙ୍ଗି ଯାଇଥିବାର ଦେଖିବାକୁ ମିଳିଛି |

ସୂଚନା ନୁଯାଇ ରାମଗଡ ଗ୍ରାମ ବାସୀଙ୍କ ସୁବାସ ବାରିକ, ପ୍ରଜାପତି ବାରିକ, ମୃତ୍ୟଞ୍ଜୟ ଦେହୁରୀ, ଘନଶ୍ୟାମ ସେଠି, ନିରୋଦ ବିଶି, ରଞ୍ଜିତ ବିଶି, ସୁଧାକର ବେହେରା, ପ୍ରଫୁଲ୍ଲ ବିଶି, ଇତ୍ୟାଦି ବ୍ୟକ୍ତିମାନଙ୍କ ଲଘୁଚାପ ଜନିତ ଲଗାଣ ବର୍ଷା ରେ ସଂପୂର୍ଣ ବାସ ଗୃହ ଭାଙ୍ଗି ଯାଇଛି | ଏଵେ ମୁଣ୍ଡ ଗୁଞ୍ଜିବା ପାଇଁ ଏହି ବ୍ୟକ୍ତି ଙ୍କ ପରିବାର ବହୁ ଅସୁବିଧା ଭୋଗୁଛନ୍ତି |

ପ୍ରଶାସନ ତରଫରୁ ତିନିଦିନ ହେଲାଣି କେହିବି ତଦାରଖ ରେ ଆସି ନ ଥିବାରୁ ଏହି ବ୍ୟକ୍ତି ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି | ଏବଂ ବୌଦ୍ଧ ଜିଲ୍ଲା ପ୍ରଶାସନ କୁ ବାସଗୃହ ହରାଇଥିବା ବ୍ୟକ୍ତି ଙ୍କ ଯଥାଶୀଘ୍ର ବାସଗୃହ ଯୋଗାଇ ଦେବା ପାଇଁ ଅଭିଯୋଗ କରିଛନ୍ତି |