ରିପୋର୍ଟ: ଶୁଭମ ପାଣି //
ଢେଙ୍କାନାଳ (୦୮/୦୨): ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ପାଞ୍ଚ ଦିନିଆ ସ୍ବାସ୍ଥ୍ୟ ଆମ୍ବାସଡର ତାଲିମ୍ ଶ୍ରୀରାମ ଚନ୍ଦ୍ର ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାର ପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଫୃବ୍ରୁୟାରୀ ମାସ ଆଠ ତାରିଖଠାରୁ ଆରମ୍ଭ ହୋଇ ଯାଇଅଛି।
ଉକ୍ତ ତାଲିମ୍ କାର୍ଯ୍ୟକ୍ରମକୁ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ପ୍ରଦିପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ତାଲିମ କାର୍ଯ୍ୟ କ୍ରମକୁ ଛାତ୍ର ଛାତ୍ରୀ ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। ସାଧନକର୍ମୀ ଭାବେ ଆୟୁଷ ଡାକ୍ତର ଡକ୍ଟର ମିହିର ପାଣିଗ୍ରାହୀ, ଶିକ୍ଷକ ସଞ୍ଜୟ କୁମାର ପରିଡ଼ା, ବିଶ୍ବନାଥ ମାଝୀ ତାଲିମ୍ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଶ୍ରୀରାମ ଚନ୍ଦ୍ର ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ବି,ପି,ଏମ୍ ପ୍ରିୟ ଦର୍ଶିନୀ ସାହୁ ସହଯୋଗ କରିଥିଲେ।ଉକ୍ତ ତାଲିମ୍ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ର ରାଜ୍ୟ ସଂଯୋଜିକ ତଥା ସହକାରୀ ନିର୍ଦେଶକ ରାଜ୍ୟ ଶିକ୍ଷା ଓ ପ୍ରଶିକ୍ଷଣ ଓଡ଼ିଶା ଭୁବନେଶ୍ୱର ଶ୍ରୀମତୀ ଶାରଦା ମିଶ୍ର, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଢେଙ୍କାନାଳ ର ବରିଷ୍ଠ ଟିଚର ଏଜୁକେଟର ଶ୍ରୀମତୀ ନମିତା ବେହେରା ଓ ଟିଚର ଏଜୁକେଟର ଅରକ୍ଷିତ ପରିଡ଼ା ପରିଦର୍ଶନ କରି ସୁଚିନ୍ତିତ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।