Friday, March 29, 2024

Top 5 This Week

Related Posts

କାଶୀନଗର ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ : ସାରର ପର୍ଯ୍ୟାପ୍ତ ଯୋଗାଣ ସହ ଅନ୍ୟାନ୍ୟ ଆଲୋଚନା

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୧୫/୦୯) : ଗଜପତି ଜିଲ୍ଲା କାଶୀନଗର ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଆଜିର ବୈଠକରେ ସମିତି ଚେୟାର ମେନ୍ ଶିତ୍ରୀ ସୀମାଦ୍ରି ଅଧ୍ୟକ୍ଷତା କରିଥିଲେ ।

ବିଡିଓ ଦାୟିତ୍ୱରେ ଥିବା ତହସିଲଦାର ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ବିଶ୍ଵନାଥ ମହାରଣା, ଅତିରିକ୍ତ ଯନ୍ତ୍ରୀ, ଓ ବ୍ଲକ୍ ର ସମ୍ପ୍ରସାରଣ ଅଧିକାରୀ, ଯନ୍ତ୍ରୀ ଓ ଡାକ୍ତର ନାୟାଲ, ବିପିମ୍ ଶ୍ରୀ ବାରିକ,ସମସ୍ତ ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ,ଦୁଇଟି ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ଯୋଗ ଦେଇଥିଲେ । କାଶୀନଗର ପଞ୍ଚାୟତ ସମିତିର ବୈଠକରେ ବ୍ଲକରେ ଚଳିତ ବର୍ଷାର ଅଭାବ ଫଳରେ ବିଳମ୍ବରେ ରୁଆ, ବେଉସା ହେବା,ସାର ର ପର୍ଯ୍ୟାପ୍ତ ଯୋଗାଣ ସହ ଅନ୍ୟାନ୍ୟ ବିଭାଗ ଉପରେ ଆଲୋଚନା ହୋଇଥିଲା ।

କେ.ସୀତାପୁର ସମିତି ସଭ୍ୟ ଚିଟିବାବୁ ବ୍ଲକ୍ ଶିକ୍ଷା ଅଧିକାରୀ ବୈଠକରେ କାହିଁକି ଉପସ୍ଥିତ ରୁହନ୍ତି ନାହିଁ ତାର ଉତ୍ତର ଦେବାକୁ ଅଡିବସିଥିଲେ । କେ. ସୀତାପୁର ଗ୍ରାମରେ ସରକାରଙ୍କ ତରଫରୁ ବଣ୍ଟା ଯାଉଥିବା ଉନିଫର୍ମ ବହୁତ୍ କମ ଦାମ ଦିଆଯାଉଛି ବୋଲି ଅଭିଯୋଗ କରିଥିଲେ । କିନ୍ତୁ ଶିକ୍ଷା ଅଧିକାରୀଙ୍କ ବଦଳରେ ଯାଇଥିବା ଅତିରିକ୍ତ ଶିକ୍ଷା ଅଧିକାରୀ ସୁଶ୍ରୀ ବେହେରାଙ୍କୁ ନିୟୋଜିତ କରିଥିବାରୁ ମଧ୍ୟ ସେ ଏନେଇ ଏକ ଅତିରିକ୍ତ ପ୍ରଶ୍ନ କରିଥିଲେ ।

ଏତଦ୍ ବ୍ୟତୀତ ଜଳ ସେଚନ ବିଦ୍ୟୁତ୍ ,ଶିକ୍ଷା ନେଇ ମଧ୍ୟ ଆଲୋଚନା ହୋଇଥିଲା । ବ୍ଲକ୍ ରେ ବିଭିନ୍ନ ପୋଷ୍ଟ ଗୁଡ଼ିକ ଭର୍ତି କରିବା ପାଇଁ ମଧ୍ୟ ଦାବୀ ଉଠିଥିଲା। ବ୍ଲକ୍ ରେ କିପରି ଟୀକା କରଣ ୧୦୦% ହେବ ସେନେଇ ବିସ୍ତୃତ ଆଲୋଚନା ହୋଇଯାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles