ସାଧାରଣ ଜନତାଙ୍କ ସ୍ୱର

ଓଡିଶା ସ୍କିଲ ଡେଭେଲାଫ ଅଥରିଟିର ଅଧ୍ୟକ୍ଷଙ୍କ ନବରଙ୍ଗପୁର ଗସ୍ତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର, ୬/୨): ଓଡିଶା ସ୍କିଲ ଡେଭେଲାଫ ଅଥରିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗଚି ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି l ଶ୍ରୀ ବାଗଚିଙ୍କ ଗସ୍ତ ସମୟରେ ନବରଙ୍ଗପୁର ପଲିଟେକ୍ନିକ ସ୍କୁଲ ପରିଦର୍ଶନ କରିବା ସହିତ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି।c73fb13c c621 4799 aa13 2e06d0e9553a

ଜିଲ୍ଲାରେ ସ୍କିଲ ଡେଭେଲାଫ ସ୍ଥିତି ଏବଂ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି l ଏହା ବ୍ୟତୀତ ନବରଙ୍ଗପୁର ଜିଲ୍ଲାର ଥିବା ପଲିଟେକନିକ କଲେଜ ପରିଦର୍ଶନ କରିବା ଅବସରରେ କଲେଜର ଅଧ୍ୟାପକଙ୍କ ଏବଂ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ l ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା ସମୟରେ ନିଜର ପ୍ରଯୁକ୍ତି ବିଦ୍ୟା ପେଶାକୁ ନିଷ୍ଠା ପରେ ସହ ସମୟ ଦେବାକୁ କହିଥିଲେ l ଏହି ଅବସରରେ ଶ୍ରୀଯୁକ୍ତ ବାଗଚି ନିଜକୁ ନବରଙ୍ଗପୁର ମାଟିରେ ଜନ୍ମ ହୋଇ ଥିବା ନେଇଁ ଗର୍ବ ଅନୁଭବ କରିବା ସଙ୍ଗେ ସଙ୍ଗେ ଜିଲ୍ଲାର ପ୍ରଯୁକ୍ତି ବିଦ୍ୟାର ଉନ୍ନତି ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *

%d bloggers like this: