ଲଘୁଚାପ ପ୍ରଭାବରେ ଲଗାଣ ବର୍ଷାରେ ବୌଦ୍ଧ ଜିଲ୍ଲା ଜଳମୟ

0
352

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ (୧୩/୦୯) : ବର୍ଷା ଋତୁ ରେ ବର୍ଷା ଅଭାବରୁ ଚାଷୀକୁଳ ଅଧା ଉଣା ଚାଷ କରିଥିଲେ ବି ମାଟି ଫାଟି ଆଁ କରି ବସିଥିଲା | କିନ୍ତୁ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡିଶା ରାଜ୍ୟ ସାରା ଏଵେ ଜଳମୟ | ବିଭିନ୍ନ ଅଂଚଳରେ ରାସ୍ତା ଉପରେ ବନ୍ୟାର ଦୃଶ୍ୟ ଦେଖିବାକୁ ମିଳିଛି |0416e33a e3d6 46e6 bb51 5391db48c6ab ଲଘୁଚାପ ପ୍ରଭାବରେ ଲଗାଣ ବର୍ଷାରେ ବୌଦ୍ଧ ଜିଲ୍ଲା ଜଳମୟ

ବୌଦ୍ଧ ଜିଲ୍ଲା ରେ ବିଗତ ଦୁଇଦିନ ଧରି ପାଗ କୋହଲା ରହି ଝିପି ଝିପି ବର୍ଷା ଦେଖାଯାଇଥିଲା | କିନ୍ତୁ ଗତ ସନ୍ଧ୍ୟା ୫ ଟା ରୁ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷାର ପ୍ରଭାବ ବଢ଼ି ବଢ଼ି ଚାଲିଥିଲା | କହିବାକୁ ଗଲେ ଚଳିତ ବର୍ଷର ନାଳ ଗୁଡିକରେ ପ୍ରଥମ ଆଂଶିକ ବନ୍ୟା ଦେଖା ଦେଇଛି | ଲଗାଣ ବର୍ଷା ଯୋଗୁଁ ବିଲ, ଗାଡ଼ିଆ କୁତ୍ରିମ ପୋଖରୀ ପରି ଜଳ ମଗ୍ନ ହୋଇଯାଇଛି | ଗାଈ ଗୋରୁ, ପଶୁ ପକ୍ଷୀ, ମନୁଷ୍ୟ ଘରୁ ବାହାରି ହେଉନି | ସେହିପରି ହରଭଙ୍ଗା ବ୍ଲକର ହରଭଙ୍ଗା, କୁସଙ୍ଗ, ଧଳପୁର, ରାମଗଡ, ସାଂପୋଚ, ଛତ୍ରଙ୍ଗ, ପୁରୁଣାକଟକ, ବିରାନରସିଂ ପୁର, ତିଲେଶ୍ୱର, ସରସରା,ଆଡ଼େନିଗଡ଼ି ଇତ୍ୟାଦି ପଂଚାୟତର ଦିନ ମଜୁରିଆ ଦୁଇଦିନ ହେଲାଣି କୌଣସି କାମ ଧନ୍ଦା ନପାଇ ହାତବନ୍ଧୀ ବସିଛନ୍ତି | ଲଗାଣ ବର୍ଷା ସହିତ କୋହଲା ପବନ ବୌଦ୍ଧ ଜିଲ୍ଲା ବାସୀଙ୍କୁ ଅସ୍ତ ବ୍ୟସ୍ତ କରି ପକାଉଛି |