ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ : ବିପୁଳ ପରିମାଣର ମଦ ନଷ୍ଟ ସହ ଜଣେ ଗିରଫ

0
275

ରିପୋର୍ଟ : ଏନ. ସନ୍ତୋଷ କୁମାର //
ବୈପାରୀଗୁଡା,(୦୯/୦୯) : ବୈପାରୀଗୁଡା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ବିଫଳ ପରିମାଣର ମଦ ନଷ୍ଟ କରାଯିବା ସହ ଜଣେ ଗିରଫ ହୋଇଛନ୍ତି l63f9a2e6 3f88 461e ad8c 8986a70b1aa3 ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ : ବିପୁଳ ପରିମାଣର ମଦ ନଷ୍ଟ ସହ ଜଣେ ଗିରଫ

ଏହି ଘଟଣାଟି ଆଜି ଅପରାହ୍ନରେ ବୈପାରୀଗୁଡା ଥାନା ଅନ୍ତର୍ଗତ ବୋଦାପୁଟ ଏବଂ ଡେଙ୍ଗାକୁସୁମଗୁଡା ଠାରେ ଦେଖିବାକୁ ମିଳିଛି l ୨ଟି ସ୍ଥାନରେ ମୋଟ ୩୫୦ ଲିଟର ମହୁଲ ପୋଚ ଏବଂ ୬୫ ଲିଟର ମଦ ପେକେଟ ଅବକାରୀ ବିଭାଗ ପକ୍ଷରୁ ଜବତ କରାବା ସହ ଜଣକୁ ଗିରଫ କରାଯlଇଛି ଏବଂ ଗୋଟିଏ ମୋଟର ସାଇକେଲ ଜବତ ମଧ୍ୟ କରାଯାଇଛି l ଗିରଫ ଅଭିଯୁକ୍ତ ଜଣକ ଡେଙ୍ଗାକୁସୁମଗୁଡାର ବୋଲି ଜଣା ପଡିଛି l

ବିଶେଷ ସୂତ୍ରରୁ ଚୋରାରେ ଦେଶୀ ମଦ ରନ୍ଧା ହେଉଥିବା ଖବର ପାଇ ବିଭାଗୀୟ ଇନିସ୍ପେକ୍ଟର ପ୍ରକାଶ କୁମାର ସାଙ୍କ ନିର୍ଦେଶ କ୍ରମେ ବୈପାରୀଗୁଡା ଅବକାରୀ ବିଭାଗ ଏଏସଆଈ ରଶ୍ମି ରଞ୍ଜନ ନାୟକଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି l ଏହି ଚଢ଼ାଉରେ ଶୁଭମ ପତ୍ର ଓ ହୀରାମଣି ଭାତରl ପ୍ରମୁଖ ସହଯୋଗ କରିଥିଲେ l