ସାଧାରଣ ଜନତାଙ୍କ ସ୍ୱର

ହରିଶଙ୍କର ମନ୍ଦିର ପରିଦର୍ଶନ ଓ ସମୀକ୍ଷା କଲେ ଫାଇଭ- ଟି ସଚିବ ଓ ମୁଖ୍ୟଶାସନ ସଚିବ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୦୩-୦୨): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକର ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ହରିଶଙ୍କର ପୀଠର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମିକ୍ଷା କରିବା ସହ ପରିଦର୍ଶନ ପାଇଁ ଓଡ଼ିଶା ମୂଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ମୂଖ୍ୟ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ, ୫ଟି ସଚିବ ଭେ.କେ ପାଣ୍ଡିଏନ, ମୂଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭିଲିନ କ୍ରିଷ୍ଣା, ଆଜି ହରିଶଙ୍କର ମନ୍ଦିର ଦର୍ଶନ କରିବା ସହ ମନ୍ଦିର ପରିସର ବୁଲି ଦେଖିଥିଲେ ।

ମନ୍ଦିରର ବିକାଶ ପାଇଁ ପାପନାଶିନୀ ଝରଣା ଉନ୍ନତି, ଧର୍ମଶାଳା ନିର୍ମାଣ, ହରିଶଙ୍କର ପୀଠ ଠାରୁ ନୃସିଂହନାଥ ରୋପୱୋ ନିର୍ମାଣ, ଯାତ୍ରି ପ୍ରତିକ୍ଷାଲୟ, ପ୍ରାକୃତିକ ପରିବେଶ ସୁରକ୍ଷା ଓ ସୌନ୍ଦର୍ଯ୍ୟ କରଣ, ଚିଡ଼ିଆଖାନା ଆଧୁନିକ କରଣ ଆଦି କାର୍ଯ୍ୟ ଗୁଡ଼ିକ ସମୀକ୍ଷା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା, ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ସମେତ ଉଚ୍ଚ ପଦାଧିକାରୀ, ବଲାଙ୍ଗୀର ପୋଲିସ ଆରକ୍ଷୀ ଅଧିକ୍ଷକ ନିତିଶ କୋଶଳକର, ହରିଶଙ୍କର ଥାନା ଅଧିକାରୀ, ଖପ୍ରାଖୋଲ ଥାନା ଅଧିକାରୀ, ହରିଶଙ୍କର ମନ୍ଦିର ମ୍ୟାନେଜର ଗୁପ୍ତେଶ୍ୱର କୁଅଁର, ମୂଖ୍ୟ ପୂଜକ ନରସିଂହ ପୂଝାରୀ, ସବ୍ କମିଟିର ସଭ୍ୟ ତଥା ଜିଲ୍ଲାପରିଷଦ ସଦସ୍ୟ ବିପ୍ର ବିଶି, ଅଭୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

%d bloggers like this: