ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା ୧/୨): କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ କାଣିବିଡିକା ଠାରେ କୁଇଭାଷା ସାହିତ୍ୟ ସମିତି କନ୍ଧମାଳ ଓ କୁଇଭାଷା ଯୁବ ପରିଷଦ କନ୍ଧମାଳ ତରଫରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା କନ୍ଧମାଳ ନିବାସୀ ଶ୍ରୀମତୀ ପୂର୍ଣ୍ଣମାସୀ ଜାନୀ(ଟାଡିସରୁବାଇ ବାବା)ଙ୍କର ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଗ୍ରାମୀଣ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ କୁଇ ନାଟ୍ୟ ଗୀତ ମାଧ୍ୟମରେ ଶ୍ରୀମତୀ ଜାନୀକୁ ସଭା ସ୍ଥଳକୁ ପାଛୋଟି ନିଆ ଯାଇଥିଲା ।
ଶ୍ରୀ ପ୍ରଦୀପ କହଁର ସ୍ୱାଗତ ଅଭିଭାଷଣ ଦେଇଥିଲେ ଡାକ୍ତର ନୀରଦଚନ୍ଦ୍ର କହଁର ସମ୍ପାଦକ କୁଇଭାଷା ସାହିତ୍ୟ ସମିତି ମଞ୍ଚ ପରିଚାଳନା କରିଥିଲେ ।ଦୀନବନ୍ଧୁ କହଁରଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ଶ୍ରୀମତୀ ଜାନୀଙ୍କୁ ଏକ “ଦ୍ଵିତୀୟ ଭୀମ ଭୋଇ ସମ୍ମାନ-୨୦୨୧”ସମ୍ମାନ ଉପାଧିରେ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା ।ଏହି ସଭାରେ କନ୍ଧମାଳର ଅନୁକୋଣରୁ ଏବଂ କଳାହାଣ୍ଡି ଜିଲ୍ଲାରୁ ଭକ୍ତ ବୃନ୍ଦ ଏକତ୍ରିତ ହୋଇ ଟାଡିସରୁବାଇ ବାବାଙ୍କର କଣ୍ଠ ନିଃସୃତ ଭଜନ ଏବଂ ଜଣାଣ ପାଳିଆ ଧରି ଖୁସି ଅନୁଭବ କରିଥିଲେ ଏବଂ ଟାଡିସରୁବାଇ ବାବାଙ୍କ ସାନିଧ୍ୟ ଲାଭ କରିଥିଲେ ।ପ୍ରଥମେ ତା’ଙ୍କ କଣ୍ଠରୁ ନିଃସୃତ କୁଇ ଜଣାଣ ସମସ୍ତଙ୍କୁ ବିମୋହିତ କରିଦେଇଥିଲା ।ମେଦିନୀଧର ଜାନୀଙ୍କ ନେତୃତ୍ୱରେ କଳାହାଣ୍ଡିରୁ ଆସିଥିବା ବୈଦ୍ୟରାଜ ପବିତ୍ର ଶବର ରୁକ ଶବର,ସୁରେଶ ଭୋଇ, ବିଦେଶୀ ପ୍ରଗଣିଆ, ଗଗନ ବିହାର ସା, ମାୟା ଛତ୍ରୀଆ ପ୍ରମୁଖ ନିଜର ନିଜର ଭାବ ବିହ୍ଵଳ ବକ୍ତବ୍ୟ ରଖିଥିଲେ । ଏହିଭଳି ପ୍ରତିଭାକୁ ସେମାନେ ଆଦିସ୍କନ୍ଦ ସମାଜ, କଳାହାଣ୍ଡି ତରଫରୁ ମଧ୍ୟ ଏକ ମାନପତ୍ର ପ୍ରଦାନ କରିବା ସହିତ ଉପଢୌକନ ପ୍ରଦାନ କରି “କୁଇ କନ୍ଧ ଭୂମିପୁତ୍ରୀ-୨୦୨୧” ଉପାଧିରେ ବିଭୂଷିତ କରିଥିଲେ ।ଏହି ସଭାରେ ଅନେକ କୁଇ କବି ଯଥା କିନ୍ଦୁ କହଁର,ଭୀମସେନ ପ୍ରଧାନ,ବିସର୍ବା ପ୍ରଧାନ, ଲଙ୍କେଶ୍ୱର କହଁର, ମନରଞ୍ଜନ କହଁର, ବୁଦ୍ଧଦେବ କହଁର, ଗଣପତି ମଲିକ,ବିଶ୍ବମ୍ବର ପ୍ରଧାନ, ଶରତ ମଲିକ, ମଙ୍ଗରାଜ ପ୍ରଧାନ କୁଇ କବିତା ପାଠ କରିଥିଲେ ।କୁଇ ସମାଜ ଯୁବ ପରିଷଦ କନ୍ଧମାଳ,ଓଡ଼ିଶାର କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା ।ସଭାପତି ଭାବରେ ଦେବାଶିଷ କହଁର, ସମ୍ପାଦକ ଭାବରେ ଅଚ୍ୟୁତ ଜାନୀ, କୋଷାଧ୍ୟକ୍ଷ ଭାବରେ ଗଗନ କହଁର ଉପସଭାପତି ଭାବରେ ୩ଜଣ,ଯୁଗ୍ମ ସମ୍ପାଦକ ଭାବେ ୩ ଜଣ ଏବଂ ପ୍ରତ୍ୟେକ ବ୍ଲକରୁ ବ୍ଲକ ପ୍ରତିନିଧି ଚୟନ କରାଯାଇଥିଲା । ସମସ୍ତେ ଟାଡିସରୁବାଇ ବାବାଙ୍କର ଆଶୀର୍ବାଦ ଗ୍ରହଣ କରି ସମାଜର କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବା ପାଇଁ ସଂକଳ୍ପବୋଧ କରିଥିଲେ ।ସଭା କାର୍ଯ୍ୟର ପରିଶେଷରେ ଦେବାଶିଷ କହଁର ଧନ୍ୟବାଦ ଅର୍ପଣ କରିଥିଲେ ।