ଆସନ୍ତା ପୌରନିର୍ବାଚନ ପୂର୍ବରୁ ପୁରୁଣା କଟକ କୁ NAC ମାନ୍ୟତା ପାଇଁ ଦାବି

0
818

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,ବୌଦ୍ଧ,(୦୫/୦୯) : ହରଭଙ୍ଗା ବ୍ଲକ ର ପୁରୁଣା କଟକ ହେଉଛି ମୁଖ୍ୟ ବାଣିଜ୍ୟ ସ୍ଥଳ | ଆସନ୍ତା ପୌରନିର୍ବାଚନ ପୂର୍ବରୁ ହରଭଙ୍ଗା ବ୍ଲକ ର ସଦର ମହକୁମା ବାଣିଭୂଷଣପୁର ଓ ପୁରୁଣାକଟକ କୁ ମିଶାଇ ଏକ ନୂତନ NAC ଗଠନ ପାଇଁ ପ୍ରଶାସନ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ର ସୂଚନା ମିଳିଛି |

ଆସନ୍ତା ପୌରନିର୍ବାଚନ ପୂର୍ବରୁ ସମଗ୍ର ପୁରୁଣା କଟକ ଓ ବାଣିଭୂଷଣ ପୁର ପଞ୍ଚାୟତ ର ଗ୍ରାମକୁ ନେଇ ପୁରୁଣାକଟକ NAC ଗଠନ ପ୍ରସ୍ତାବ ରହିଛି | ଦୁଇଟି ପଞ୍ଚାୟତ ର ୧୧+୨୪=୩୫ ଟି ଗ୍ରାମକୁ ସହରାଞ୍ଚଳ ମଧ୍ୟରେ ସାମିଲ କରାଯାଇଛି | ୨୦୧୧ ଜନଗଣନା ଅନୁସାରେ ପୁରୁଣାକଟକ ର ମୋଟ ଜନସଂଖ୍ୟା ୧୦୯୨୦ ଥିବାବେଳେ ହରିଜନ ସଂଖ୍ୟା ୩୧୮୮, ଆଦିବାସୀ ୨୦୨୯ ଓ ଆନ୍ୟନ୍ୟ ବର୍ଗ ର ୫୭୦୩ ଜନ ରହିଥିବା ହରଭଙ୍ଗା ବ୍ଲକ ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର ଜିଲ୍ଲା ପ୍ରଶାସନ କୁ ଦେଇଥିବା ରିପୋର୍ଟ ରେ ଉଲ୍ଲେଖ କରିଛନ୍ତି |

ଏଣୁ ଏହି ପୁରୁଣାକଟକ କୁ ପୌରନିର୍ବାଚନ ପୁର୍ବ ରୁ NAC ମାନ୍ୟତା ପ୍ରଦାନ କରିବାକୁ NAC ଗଠନ ସଂଗ୍ରାମ ସମିତି ଆବାହକ ସୁକାନ୍ତ ପଟ୍ଟନାୟକ ଦାବି କରିଛନ୍ତି |