ବୌଦ୍ଧ ଜିଲ୍ଲା ଗାଁ ସାଥୀ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ୪ ଦଫା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ

0
255

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୦୩/୦୯) : ବୌଦ୍ଧ ଜିଲ୍ଲା ଗାଁ ସାଥୀ ସଂଘ ତରଫରୁ ବୌଦ୍ଧ ସହର ଠାରେ ରାଲି କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗାଁସାଥୀ ସଂଘ ତରଫରୁ ୪ଦଫା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବୌଦ୍ଧ ଜିଲ୍ଲା ଗାଁ ସାଥୀ ସଂଘ ତରଫରୁ ମାସକୁ ସର୍ବନିମ୍ନ ୧୦ ଦିନର କାର୍ଯ୍ୟ ଓ ଉଚିତ ପ୍ରାପ୍ୟ, ୨୦ ହଜାରରୁ ଉର୍ଧ କୋଭିଡ ସହାୟତା ରାଶି ପ୍ରଦାନ, ଜବକାର୍ଡଧାରୀ ପରିବାରକୁ ୨୦୦ଦିନର କାର୍ଯ୍ୟ ଓ ପ୍ରାପ୍ୟ ପ୍ରଦାନ ଆଦି ଦାବୀ କରାଯାଇଥିଲା । ରାଜ୍ୟରେ ମନରେଗାେ ଯୋଜନାରେ ଗତ ୧୩ ବର୍ଷ ଧରି କାର୍ଯ୍ୟରତ ଗାଁ ସାଥୀମାନଙ୍କ ଦାବୀକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଦାବୀ ପୂରଣ କରିବା ପାଇଁ ଗୁହାରୀ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଟିବଙ୍କୁ ଏହି ଦାବୀପତ୍ର ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା ।