Tuesday, March 19, 2024

Top 5 This Week

Related Posts

ସାର ପାଇଁ ଜମିଛି ଚାଷୀଙ୍କ ଭିଡ : ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କଲା ପ୍ରଶାସନ

ରିପୋର୍ଟ : ଏନ.ସନ୍ତୋଷ କୁମାର //
ବୈପାରୀଗୁଡା,(୦୩/୦୯) : ସାର ପାଇଁ ଜମିଛି ଚାଷୀଙ୍କ ଭିଡ l ଚାଷୀ ମାନେ ସାର ନେବା ପାଇଁ ଆଜି ଲେମ୍ପସ ଗୋଦାମ ଠାରୁ ବୈପାରୀଗୁଡା ପଂଚାୟତ ସମିତି କାର୍ଯାଳୟ ପର୍ଯ୍ୟନ୍ତ ଲମ୍ବା ଲାଇନ ଲଗାଇଥିବା ଦେଖିବାକୁ ମିଳିଛି l

ସାର ପାଇଁ ଜମିଛି ଚାଷୀଙ୍କ ଭିଡ ଓ ଜନ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଇଛି l ସ୍ଥାନୀୟ ଅତିରିକ୍ତ ତହସିଲଦାର ସଂଜୀବ କୁମାର ସାହୁ ଘଟଣା ସ୍ଥଳକୁ ଯାଇ ପରିଦର୍ଶନ କରିଥିବା ବେଳେ ବୈପାରୀଗୁଡା ଆଇଆଇସି ଈଶ୍ୱେର ତାଣ୍ଡି ଜୟପୁର ଠାରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଛନ୍ତି l ଯେଉଁ ଚାଷୀ ମାନେ ପୂର୍ବରୁ କୋଟେନ ନେଇଥିଲେ ସେମାନଙ୍କୁ ଆଜି ଲାଇନରେ ଯାଇ ସାର ଗ୍ରହଣ କରିଛନ୍ତି l

ପୂର୍ବରୁ ଦିଆଯାଇଥିବା ମୋଟ ୮୫୦ ଚାଷୀଙ୍କୁ ଆଜି ଲେମ୍ପସ ପକ୍ଷରୁ ସାର ପ୍ରଦାନ କରାଯାଇଛି ବୋଲି ଲେମ୍ପସ ପରିଚାଳକ ନବୀନ ପତ୍ର ପ୍ରକଶ କରିଛନ୍ତି l ସୂଚନା ଥାଉକି ସାର ଅଭାବକୁ ନେଇ ବୈପାରୀଗୁଡା ଚାଷୀ ବାରମ୍ବାର ଅଭିଯୋଗ ପରେ ସମସ୍ୟାର ସମାଧାନ ନହେବାରୁ ଗତ କିଛି ଦିନ ପୂର୍ବେ ରାଞ୍ଚି ବିଜୟୱାଡା ୩୨୬ ନମ୍ବର ଜାତୀୟ ରାଜ ପଥ ମୁଖ୍ୟ ଛକ ଅବରୋଧ କରି ସହିତ ଲେମ୍ପସ ନିକଟରେ ସହ ସହ ଚାଷୀ ଆନ୍ଦୋଳନ କରିଥିଲେ l କିନ୍ତୁ ଆଜି ପ୍ରଶାସନ ପକ୍ଷରୁ ଚାଷୀଙ୍କ ସୁବିଧା ନିମନ୍ତେ ବିଭିନ୍ନ ପଦକ୍ଷେପ ନେଇଥିବା ଯୋଗୁଁ ଚାଷୀମାନେ ସୁବିଧାରେ ସାର ପାଇଛନ୍ତି ବୋଲି ଜଣା ପଡିଛି l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles