ଆଜି ରାଜଧାନୀର ଅନେକ ଲୋକାଭିମୁଖୀ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

0
200

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୦୩/୦୯) : ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  ରାଜଧାନୀର ଅନେକ ଗୁଡ଼ିଏ ଲୋକାଭିମୁଖୀ ପ୍ରକଳ୍ପର ଉଦ୍ଘାଟନ କରିବେ । ଏଥିରେ ଦୁଇଟି ଅତ୍ୟାଧୁନିକ ‘ମୋ ବସ୍’ ଡିପୋ ଓ ୧୧୦ଟି ଯାତ୍ରୀବାହୀ ବସ୍ ଓ ଓଟିଡିସିର ‘ନିମନ୍ତ୍ରଣ’ ରେସ୍ତୋରାଁ ରହିଥିବା ସୂଚନା ମିଳିଛି ।

ପଟିଆ ଓ ଭଗବାନପୁରରେ ଦୁଇଟି ମୋ ବସ୍ ଡିପୋ ତିଆରି ହୋଇଛି । ପଟିଆରେ ୧୯ ହଜାର ବର୍ଗମିଟର ଅଞ୍ଚଳରେ ହୋଇଥିବା ବେଳେ ଭଗବାନପୁରରେ ୨୩ ହଜାର ବର୍ଗମିଟର ଜାଗାରେ ଏହା ସ୍ଥାପନ ହୋଇଛି । ଏହି ଦୁଇଟି ଡିପୋକୁ କ୍ରୁଟ୍ ‘ୱାନ୍ ଷ୍ଟପ୍ ସେଣ୍ଟର’ ଭାବେ ବିବେଚନା କରୁଛି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଅତ୍ୟାଧୁନିକ ଡିପୋ ହେବାକୁ ଯାଉଥିବା ସୂଚନା ମିଳିଛି । ଦୁଇଟି ଡିପୋରେ ୧୨୫ଟି ଲେଖାଏଁ ବସ୍ ରହିପାରିବ । ଆଜି ରାଜଧାନୀର ଏଠାରେ କେବଳ ବସ୍ ରହିବ ନାହିଁ ; ଆହୁରି ଅନେକ ସେବା ଉପଲବ୍ଧ ହେବ ବୋଲି କୁହାଯାଇଛି । ଏଥିସହିତ ଫିଲିଙ୍ଗ୍ ଷ୍ଟେସନ, ୱାର୍କସପ୍, ସମ୍ପୂର୍ଣ୍ଣ ଡିପୋ ପାଇଁ ସୋଲାର ପ୍ୟାନେଲ୍ ବ୍ୟବସ୍ଥା ହେବା ସହ ବର୍ଷାଜଳ ଅମଳ ପ୍ରକଳ୍ପ, ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ରହିଛି ।

ସେହିଭଳି ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ୧୧୦ଟି ନୂଆ ଯାତ୍ରୀବାହୀ ବସ୍କୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ । ବିଏସ୍-୬ ଶ୍ରେଣୀର ଏହି ବସ୍ରେ ଜରୁରୀକାଳୀନ ସୁରକ୍ଷା ବଟନ୍, ରୁଟ୍ ଟ୍ରାକିଂ ବ୍ୟବସ୍ଥା, ସିସିଟିଭି କ୍ୟାମେରା, ଆରାମଦାୟକ ସିଟ୍ ସହ ବସ୍ ଟ୍ରାକିଂ କରିବା ବ୍ୟବସ୍ଥା ରହିଛି ।