ରିପୋର୍ଟ: ସନ୍ତୋଷ କୁମାର ନାୟକ //
ବଲାଙ୍ଗୀର, ତା୨୮-୦୧): ବଲାଙ୍ଗୀର ଜିଲ୍ଲାରେ ପୂର୍ବତନ ଏସ୍ପି ଙ୍କ ନିର୍ଦ୍ଦେଶ କ୍ରମେ କ୍ଲିନ କ୍ରିମିନାଲ ନାମରେ ଏକ ଟିମ ଗଠନ କରି ନିଶା କଫସିରଫ କାରବାରରେ ସମ୍ପୁକ୍ତ ଅଭିଯୁକ୍ତଙ୍କୁ ମୁଳପୋଛ ପାଇଁ ମିଶନ ଆରମ୍ଭ କରିଥିଲେ । ଉକ୍ତ ମିଶନ କ୍ରମେ ଜିଲ୍ଲାର ବଲାଙ୍ଗୀର, ପଟଣାଗଡ଼, ଲୋଇସିଙ୍ଗା,ବେଲପଡା,କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା ଆଦି ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ ସହ ବିପୁଳ ସିରଫ ଜବତ ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଏହି କାରବାରକୁ ନିୟନ୍ତ୍ରଣ କରି ପାରିଥିଲେ । ହେଲେ ବିଗତ କିଛି ମାସ ହେଲା ଏହି ବ୍ୟବସାୟ ପୁନଃ ଜୋରସୋର ରେ ଆରମ୍ଭ ହୋଇଯାଇଛି । ଏପରି କି ଯୁବକ,ଛାତ୍ର,ସବୁବର୍ଗର ବ୍ୟକ୍ତି, ତଥା ମହିଳା ଏହି ନିଶାରେ ଅଭ୍ୟସ୍ତ ରହୁଥିବା ଦେଖାଯାଉଛି ।
ବିଶେଷ ଭାବେ ବଲାଙ୍ଗୀର ସହରର ବିଭିନ୍ନ ସାହିର ଅନେକ ଘରେ କୁଟୀର ଶିଳ୍ପ ପରି ବ୍ୟବସାୟ କରୁଥିବା ଦେଖାଯାଉଛି । ଗୋଟେ ପ୍ରତି ୧୫୦ ଟଙ୍କାରେ ଆଣି ୨୫୦ ରୁ ୩୦୦ ଟଙ୍କାରେ ବିକ୍ରି ହୋଇଆସୁଛି ।ତେବେ ଏ ଦିଗରେ ଜିଲ୍ଲା ପ୍ରଶାସନ ଏହି କାରବାରରେ ରୋକ ଲଗେଇ ବାରେ ବିଫଳ ହୋଇଛି । ସେହିପରି ଜିଲ୍ଲାର ପାଟଣାଗଡ଼, କଣ୍ଟାବାଞ୍ଜି,ଟିଟିଲାଗଡ, ବଙ୍ଗୋମୁଣ୍ଡା, ତଥା ସିଂଧେକେଲାରେ ଏହି କାରବାର ପୁର୍ବ ପରି ଖୋଲା ଖୋଲି ଆରମ୍ଭ ହୋଇଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ମଝିରେ ମଝିରେ ବିଭିନ୍ନ ଅଞ୍ଚଳରୁ କଫସିରଫ ଜବତ ସହ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସତ୍ୱେ ଏହି କାରବାର ଦିନ କୁ ଦିନ ବୃଦ୍ଧି ପାଉଛି । ସେହିପରି ଟିଟିଲାଗଡ ପୋଲିସ ଷ୍ଟେସନ ସମ୍ନା ରେ ଥିବା ଦୁଇ ନମ୍ବର କ୍ୱାର୍ଟରରେ ଜଣେ ମହିଳା ପୋଲିସ କନେଷ୍ଟବଲଙ୍କ ସମ୍ପୃକ୍ତି ସହ ସିରଫ ଉକ୍ତ କ୍ୱାର୍ଟରରେ ଗଛିତ ରଖିବା ଲିଖିତ ଅଭିଯୋଗ ପ୍ରାୟ ତିନି ଥର କରିବା ସହ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ମଧ୍ୟ ଜିଲ୍ଲା ଜନସେବା ସଙ୍ଘ ତରଫରୁ ଅଭିଯୋଗ କରାଯାଇଛି । ହେଲେ ପୋଲିସ କୌଣସି ପଦକ୍ଷେପ ନ ନେବା ଓ ଉକ୍ତ ପୋଲିସ କର୍ମଚାରୀଙ୍କ ସ୍ୱାମୀ ଟିଟିଲାଗଡ ଓ ସିଂଧେକେଲା ଦୁଇଟି ଅଞ୍ଚଳରେ ନିଜର କାୟା ବିସ୍ତାର କରି ଏହି କାରବାର ଚଲାଇ ଆସୁଥିବା ଅଭିଯୋଗ ହେଉଛି । ସେହିପରି ଗତ କିଛି ଦିନ ତଳେ ପଟଣାଗଡ଼ ଅଞ୍ଚଳରୁ ଏହି କାରବାର ନେଇ ଅଭିଯୁକ୍ତକୁ ଗିରଫ ସହ କଫସିରଫ ପୋଲିସ ପ୍ରଶାସନ ପକ୍ଷରୁ ଜବତ କରିପାରିଛି । ସେହିପରି ଗତ ୨୭ ତାରିଖରେ ବଲାଙ୍ଗୀର-ପାଟଣାଗଡ଼ ୪୨ ନମ୍ବର ରାଜ୍ୟ ରାଜପଥର ବାରପୁଡଗିଆ ନିକଟରେ ଏକ ବେଆଇନ କଫ ସିରପ୍ ଚାଲାଣ କରାଯାଉଥିବା ଗାଡି ସହ ଫେରାର ଉଦ୍ୟମ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ବଲାଙ୍ଗୀର ସଦର ଥାନା ପୋଲିସ ଜବତ କରିଛି। ଉକ୍ତ ଗାଡିରୁ ୫,୪୪୦ ବୋତଲ କଫ ସିରପ ଜବତ କରାଯାଇଥିବା ବେଳେ ତାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ବୋଲି ପୋଲିସ ସୂଚନା ଦେଇଛି ।
ବଲାଙ୍ଗୀର ସଦର ଥାନା ଅଧିକାରୀ ତୋଫାନ ବାଗଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ବାରପୁଡଗିଆ ଛକ ନିକଟରେ ଉକ୍ତ ବେଆଇନ କଫ ସିରପ୍ ବୋଝେଇ ଗାଡ଼ି (ଓଡି୩୧-୦୭୮୬)କୁ ଜବତ କରିଛି। ଉକ୍ତ କାରରେ ଥିବା ଦୁଇଜଣ କଫସିରଫ ବେପାରୀଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ତରଭାର ଆଶିକ ରସୁଲ ଖାଁ ଓରଫ ଜୁଲୁ ଏବଂ ସମୀର ଖାଁ । ତେବେ ଏହି କାରବାରର ମୁଖ୍ୟ କାର୍ପଟଦାର କିଏ ରହିଛି ଓ ଆଉ କେଉଁ ମାନଙ୍କ ସମ୍ପୃକ୍ତି ଅଛି ସେ ନେଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଥାନା ଅଧିକାରୀ ତୋଫାନ ବାଗ ପ୍ରକାଶ କରିଛନ୍ତି ।