ସାଧାରଣ ଜନତାଙ୍କ ସ୍ୱର

ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ସାଧାରଣ ଦୁର୍ଦ୍ଦଶାର ଶିକାର,ଅଧିକାରୀଙ୍କ ମିଳୁନି ସାକ୍ଷାତ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ, ତା୨୭-୦୧): ଟିଟିଲାଗଡ ଉପଜିଲ୍ଲାପାଳଙ୍କ ନିକଟରେ ସାଧାରଣ ଲୋକ ନା ନା ଆପତ୍ତି ଅଭିଯୋଗ କରିବାକୁ ଆସି ଅଭିଯୋଗ ଜଣାଇ ନ ପାରି ନିରାଶ ହୋଇ ଫେରୁଥିବା ପରି ଅଭିଯୋଗ ହୋଇଛି । ପ୍ରକାଶ ଯେ, ଟିଟିଲାଗଡ ଉପଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟ ଙ୍କ ନିକଟ କୁ ଏହି ସବ ଡିଭିଜନ ର ସମସ୍ତଅଞ୍ଚଳ ରୁ ଜନସାଧାରଣ ପ୍ରତିଦିନ ଆସୁଥିବା ବେଳେ ଅନେକ ସଂଖ୍ୟକ ସାଧାରଣ ନିଜ ଆପତ୍ତି, ଅଭିଯୋଗ ସହ ଆବେଦନ, ନିଵେଦନ କରିବା ସୁଯୋଗ ନ ପାଇ ନିରାଶ ହୋଇ ଫେରିବା ସାର ହେଉଛି । ଉପଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଅଧିକ ସମୟ ଉପସ୍ଥିତ ନ ରହିବା ସହ ସ୍ୱତନ୍ତ୍ର ଭାବେ ଅଭିଯୋଗ ଶୁଣାଣି ଦିନ ଧାର୍ଯ୍ୟ କରାଯାଇ ସୁଦ୍ଧା ଉକ୍ତ ଦିବସ ବନ୍ଦ ରଖା ଯିବା ଜନସେବା ସଙ୍ଘ ତରଫରୁ ଲିଖିତ ଅଭିଯୋଗ କରାଯାଇଛି ।

ଅନେକ ଦୂର,ଦୁରାନ୍ତ ଅଞ୍ଚଳ ରୁ ଆସି ଉପଜିଲ୍ଲାପାଳ ଙ୍କ ସ୍ଥାନରେ ଅନ୍ୟ ଅଧିକାରୀ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଅପେକ୍ଷା କରି ନିରାଶ ହେବା ଅଭିଯୋଗ ହେଉଛି । ଅପରପକ୍ଷରେ କରୋନା ଯୋଗୁଁ କେବଳ ଇ-ମେଲ ଏବଂ ଡାକ ବାକ୍ସ ରେ ନିଜ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମାସକୁ ପ୍ରଥମ କିମ୍ବା ଶେଷ ସୋମବାର ଅଭିଯୋଗ ଶୁଣାଣି ଦିବସ ସହ ଏବଂ ପ୍ରତି ସୋମବାର ତାଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକାରୀ କରିବା ସରକାରୀ ନିର୍ଦ୍ଦେଶ ନାମା ରହିଥିବା ବେଳେ ତାହା କାର୍ଯ୍ୟକାରୀ କରାଯାଉନାହିଁ । ମାସ କୁ ମାତ୍ର କିଛି ଦିନ ସାମାନ୍ୟ କିଛି ଘଣ୍ଟା ନିଜ କାର୍ଯ୍ୟଳୟ ରେ ବସି ଅନୁପସ୍ଥିତ ରହିବା ଅଭିଯୋଗ ହେଉଛି । ଅପରପକ୍ଷରେ ଉକ୍ତ ଆବେଦନ ଅଭିଯୋଗ ବାକ୍ସ ତଥା ଜି-ମେଲ ମାଧ୍ୟମରେ ଆବେଦନ କଲେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନ ହେବା ଦେଖାଯାଉଛି । ସେହିପରି ନିଜ ଅଭିଯୋଗ ବିଷୟ ନେଇ ଏକାଧିକ ଥର କୌଣସି ସୁଫଳ ନ ପାଇ ଆବେଦନ କଲେ ଉକ୍ତ ଆବେଦନ ପତ୍ର ରେ ତ୍ରୁଟି ଅଛି,ତାହା ଖାରଜ ହୋଇଯାଇଛି ବୋଲି କହୁଥିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି । ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ମାଲିଝରଝର ଗ୍ରାମ ର ବିଦ୍ୟାଧର ବାଗ ଏକ ଗଣ୍ଡଗୋଳ କ୍ରମେ ତାଙ୍କ ଅଭିଯୋଗ ନେଇ ମୁରିବାହାଲ ଥାନା ରେ ଅଭିଯୋଗ କରିସୁଧା ପୋଲିସ ନିରବଦ୍ରଷ୍ଟା ସାଜିବା ଅଭିଯୋଗ ନେଇ ପ୍ରାୟ ୬ ଥର ଆବେଦନ କରିବା ସତ୍ୱେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ବଲାଙ୍ଗୀର ଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ସରୋଜିନୀ ବାଗ ନାମ୍ନୀ ଜଣେ ବିଧବା ମହିଳା ତାଙ୍କୁ ଟିଟିଲାଗଡ ପୌରପରିଷଦ ରୁ ବିପିଏଲ କାର୍ଡ଼ ଦ୍ୱାରା ପ୍ରଦାନ କରାଯାଉଥିବା ମାସିକ ବିଧବା ଭତା ସହ ୨୦ ହଜାର ଟଙ୍କା ସହାୟତା ରାଶି ନ ମିଳିବା ଅଭିଯୋଗ ଗତ ଚାରି ମାସରେ ୫ ଥର ଲିଖିତ ଅଭିଯୋଗ ସତ୍ୱେ ଉକ୍ତ ସହାୟତା ନ ମିଳିବା ନେଇ ନିରାଶ ହୋଇ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟ ଜଣେ ଅସହାୟ ବ୍ୟକ୍ତି ରାମଚନ୍ଦ୍ର କର ତାଙ୍କର ମାସିକ ପେନସନ ଟଙ୍କା ନ ମିଳିବା ନେଇ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଖ, ପାଖ ଅଞ୍ଚଳରେ ଥିବା ସମସ୍ତ ବ୍ଲକ ଓ ତହସିଲ,ଏନ ଏ ସି ,ମୁନିସିପାଲଟି ଅଞ୍ଚଳରେ ଆବେଦନ କରି ନିରାଶ ହୋଇ ବାଧ୍ୟ ହୋଇ ଉପଜିଲ୍ଲାପାଳ ଙ୍କ ଦ୍ୱାରାସ୍ତ ହେଉଛନ୍ତି । ହେଲେ ସେ ଉପସ୍ଥିତ ନ ରହିବା ନେଇ ସାଧାରଣରେ ତୀଵ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏ ଦିଗରେ ତୁରନ୍ତ ବିଭାଗୀୟ ଉଚ୍ଚ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *

%d bloggers like this: