ୱେବ ରିପୋର୍ଟର : ମିନା ବେହେରା //
ବନ୍ଧୁଗାଁ ତା ୨୭/୧/୨୧): ବନ୍ଧୁଗାଁ ବ୍ଲକର ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଆଜି କରୋନା କଟକଣା ଯୋଗୁଁ ଏପ୍ରିଲ ମାସ ଠାରୁ ବିଦ୍ୟାଳୟ ଗୁଡିକ ଛୁଟି ହୋଇଥିବାରୁ ପିଲାଙ୍କ ପାଇଁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପାଇଁ ରାଜ୍ୟ ସରକାର କରିଥିବା ନିୟମ ଅନୁଯାଇ ମଧ୍ୟାହ୍ନ ଭୋଜନର ଚାଉଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମୁଣ୍ଡପିଛା ୩ୟ କିସ୍ଥିରେ ୪ କେ.ଜି ୩୦୦ ଗ୍ରାମ ମୋଟ ୮ କିଲୋ, ଉପର ପ୍ରାଇମେରି ଛାତ୍ରଛାତ୍ରିଙ୍କୁ ତୃତୀୟ କିସ୍ତିରେ ମାସିକ ୬.୪୫୦ ଓ ଚତୁର୍ଥ କିସ୍ତିରେ ମାସିକ ୬.୧୫୦.କେଜି’,୧୨କେଜି.୬୦୦ ଗ୍ରାମ ଲେଖାଏଁ ଚାଉଳ ୧୮୧ ଜଣ ଜାତି ଓ ଆନୁସୂଚି ଜାତିର ପିଲାଙ୍କୁ ଚାଉଳ ବିତରଣ କରାଯାଇଥିଲା |
କରୋନା ସମୟରେ ସରକାରଙ୍କ ଦ୍ୱାରା ଛାତ୍ରବାସରେ ରହିଥିବା ୧୨୫ ଜଣ ଛାତ୍ରଙ୍କୁ ଜଣକ ପିଛା ୩୦୦୦ ଟଙ୍କା ଲେଖାଏ ଦିଆଯିବାପାଇଁ ସରକାର ଘୋଷଣା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଦିଆଯିବା ପାଇଁ ଆସିଥିବା ଟଙ୍କା ପୂର୍ବତନ ପ୍ରଧାନ ଶିକ୍ଷକ କାଶୀ ସଙ୍କରଙ୍କ ସମୟରେ ଆସି ରହିଥିବା ଟଙ୍କା ମଧ୍ୟ ଆଜି ଛାତ୍ର ବାସରେ ରହିଥିବା ପିଲାଙ୍କୁ ଦିଆଯାଇଥିଲା | ପିଲାଙ୍କ ପାଇଁ ଚାଉଳ ବିତରଣରେ ନୂତନ ପ୍ରାଥମିକ ପ୍ରଧାନ ଶିକ୍ଷତ୍ରି ଭାବରେ ଦାୟୀତ୍ୱ ତୁଳାଇଥିବା ଶିକ୍ଷତ୍ରି ଶ୍ରୀମତି ଜି. ରୁପା କୁମାରୀ, ଏସ ଏମ ସି. ସଭାପତି ସୋମେଶ୍ଵର ବାଙ୍ଗାରୀ, ଜୟପ୍ରଦା ଦାସ, କେ. ଭେଙ୍କଟ ରାବଣା, ଓ ପାଚିକା ଗଣ, କଲେକା ସୁଦର୍ଶନ, ପେକାପୁ ସାର୍ଶା, କାଶୀ ଅରାଲୁ, ଜାନି ଲାଛିମି ପ୍ରମୁଖ ଉପସ୍ଥିତ ରହିଥିଲେ I