ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା ୨୬/୦୧): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜୁ ପଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସରକାର ଙ୍କ ଗାଇଡ଼ ଲାଇନ ଅନୁସାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି | ଉପଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବାହ୍ନ ୮.୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିଭାଷଣ ଗ୍ରହଣ କରିଥିଲେ ମହାମାରୀ କରୋନା ଭୁତାଣୁ ଏବଂ ସରକାରଙ୍କ ନିୟମକୁ ପାଳନ କରି ଚଳିତ ବର୍ଷ ସାମୁହିକ ପ୍ୟାରେଡ଼ ହୋଇନାହିଁ |
ବିନା ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ଦ୍ୱାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ଉପଜିଲ୍ଲାପାଳ ଅଭିଭାଷଣ ରେ ନିଜର ସ୍ୱାର୍ଥ ଅପେକ୍ଷା ସାମୁହିକ ସ୍ୱାର୍ଥ ପ୍ରତି ଗୁରୁତ୍ୱ ଦେଲେ ଏବଂ ଛୋଟ ଛୋଟ ଜିନିଷକୁ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ଉଚିତ, ଯାହାଦ୍ୱାରା ନୂତନ ଦେଶ ଓ ରାଜ୍ୟ ଏବଂ ଶେଷରେ ଏକ ନୂତନ ଉପଖଣ୍ଡ ର ବିକାଶ କରିପାରିବା ବୋଲି ଉପଜିଲ୍ଲାପାଳ କହିଥିଲେ | ଏହି ଉତ୍ସବରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ କୁମାର ପୁଜାରୀ, ତହସିଲଦାର ଶଶାଙ୍କ ଶେଖର ପାତ୍ର, ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ସହକାରୀ ଜିଲ୍ଲାପାଳ ହଳଧର ନାୟକ , ବାଲିଗୁଡ଼ା ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ଶାନ୍ତି ମୈତ୍ରୀ ସମ୍ପାଦକ ଭଗବାନ ଜେନା ବନବାସୀ ସେବା ସମିତି ସହ ସମ୍ପାଦକ ରବୀନ୍ଦ୍ର ପଣ୍ଡା, ପ୍ରମୁଖ ସମେତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ଏହି ଉତ୍ସବକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବା ପରିଚାଳନା କରିଥିଲେ ଏହି ଉତ୍ସବରେ ସହକାରୀ କର୍ମଚାରୀ ଶ୍ରୀ ଅଭିମନ୍ୟୁ ପ୍ରଧାନ, ରଶ୍ମି ରଞ୍ଜନ ମହାରଣା, ଶ୍ରୀ ବ୍ରଜବନ୍ଧୁ ସାହାଣୀ, ଓ ତୀର୍ଥ ବାସି ଘଡେ଼ଇ ପ୍ରମୁଖ ସହ ଯୋଗ କରିଥିଲେ |