ରାଜ୍ୟ ସାମ୍ବାଦିକ ସଂଘ ସହ ଜିଲ୍ଲା ସାମ୍ବାଦିକ ସଂଘ ଅନୁବନ୍ଧିତ : ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଶପଥ

0
188

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୦୩/୦୯) : ଗତ କାଲି କାଶୀନଗର ପ୍ରେସ କ୍ଲବ ଆନୁକୁଲ୍ୟରେ ରାଜ୍ୟ ସାମ୍ବାଦିକ ସଂଘ ସହ ଜିଲ୍ଲା ସାମ୍ବାଦିକ ସଂଘ ସହ ଅନୁବନ୍ଧିତ ହୋଇ କାମ କରିବାକୁ ଏକ ବୈଠକ ଅନୁଷ୍ଟିତ ହୋଇ ଯାଇଛି ।

ଏହି ବୈଠକ ରେ ରାଜ୍ୟ ସାମ୍ବାଦିକ ସଂଘ କାଶୀନଗର ବ୍ଲକ୍ ଶାଖା ର କର୍ମକର୍ତ୍ତା ଚୟନ କରାଯାଇଥିଲା । ଏହି ସଂଘ ପାଇଁ ବରିଷ୍ଠ ସାମ୍ବାଦିକ ଶ୍ରୀ ରାଜେଶ୍ ପଟ୍ଟନାୟକ,ସମାଜ ସେବୀ ଜଗଦୀଶ ପାତ୍ର,ରଘୁରାମ ସାହୁ ଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଥିଲା । ଶ୍ରୀ ରାଜେଶ୍ ମିଶଲ୍ ଙ୍କୁ କାର୍ଯ୍ୟକାରୀ ସଭାପତି ଓ ଶ୍ରୀ ରାଜେଶ୍ ପଟ୍ଟନାୟକ ଙ୍କୁ ସଭାପତି କାର୍ଯ୍ୟାଳୟ,ଉପସଭାପତି ଭାବେ ଟି. କ୍ରିଷ୍ଣା ଓ ସଂଗଠନ ସମ୍ପାଦକ ଭାବେ ଶ୍ରୀ ପ୍ରଶାନ୍ତ କୁମାର ସାହୁ ,ସହ ସମ୍ପାଦକ ଭାବେ ମନୋଜ ଚୌଧୁରୀ,ଅଧ୍ୟକ୍ଷ ଭାବେ ଆନନ୍ଦ ପାତ୍ର ଙ୍କୁ ଚୟନ କରାଯାଇଛି ।

ଏହି ପ୍ରସ୍ତାବକୁ ସର୍ବ ସମ୍ମତି କ୍ରମେ ଗୃହୀତ କରାଯାଇ ଅନୁମୋଦନ ପାଇଁ ରାଜ୍ୟ ଓ ଜିଲ୍ଲା ସଂଘକୁ ପ୍ରେରଣ କରାଗଲା ବୋଲି ସମ୍ପାଦକ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ସମସ୍ତେ ସଙ୍ଘବଦ୍ଧ ଭାବେ କାର୍ଯ୍ୟକାରିଣୀ କାର୍ଯ୍ୟ କରିବାକୁ ଶପଥ ନେଇଛନ୍ତି ।