ସାଧାରଣ ଜନତାଙ୍କ ସ୍ୱର

୧୯୮୯ ମେଟ୍ରିକ୍ ବ୍ୟାଚ୍ ର ବନ୍ଧୁ ମିଳନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୨୭/୦୧): ନବରଙ୍ଗପୁର ସଦର ମହକୁମା ସ୍ଥିତ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ର ୧୯୮୯ ମସିହା ଦଶମ ଶ୍ରେଣୀ ବ୍ୟାଚ ର ଦ୍ଵିତୀୟ ବର୍ଷ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାତ୍ରମୁଣ୍ଡା ଫରେଷ୍ଟ ଜଙ୍ଗଲ ଠାରେ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ୧୯୮୯ ମେଟ୍ରିକ୍ ଵ୍ୟାଚର ମୃତ୍ୟୁ ବରଣ କରିଥିବା ବନ୍ଧୁ ଓ ଶିକ୍ଷକଙ୍କ ଉଦ୍ଧେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।e9e14ca3 5918 4866 81f9 babb27ef8b87

ଏହି ଅବସରରେ ସହର, ପଡୋଶୀ ଜିଲ୍ଲା ଓ ରାଜ୍ୟ ବାହାରୁ ୧୦୦ ରୁ ଉର୍ଦ୍ଧ୍ୱ ବନ୍ଧୁ ମାନେ ଏକତ୍ରିତ ହୋଇ ନିଜ ନିଜ ଜୀବନର ଅନୁଭୂତି ବିଷୟରେ କହିଥିଲେ । ବନ୍ଧୁ ମାନେ ପରସ୍ପର ମିଶି ପୁରୁଣା ଦିନର ସ୍ମୃତି ଓ ସ୍କୁଲ ସମୟର କଥାକୁ ମନେ ପକାଇବା ସହ ବନ୍ଧୁ ମାନେ ଆଗାମୀ ଦିନରେ ପରସ୍ପର ସୁଖ ଦୁଃଖରେ ସାମିଲ ହେବାକୁ ସଂକଳ୍ପ କରିଥିଲେ । ୧୯୮୯ ଵ୍ୟାଚ ବନ୍ଧୁ ମାନଙ୍କ ମଧ୍ୟରେ ଅନେକ ସରକାରୀ ଚାକିରି କରୁଥିବା ବେଳେ ଅନ୍ୟ ମାନେ ଓକିଲ , ସାମ୍ବାଦିକ , ବ୍ୟବସାୟୀ ବୃତ୍ତି ଆପଣାଇ ଥିବା ଜଣାପଡିଛି । ଏହି ଅବରସରେ ବନ୍ଧୁ ମାନଙ୍କ ମନୋରଞ୍ଜନ ପାଇଁ ଏକ ମେଲଡି କାର୍ଯ୍ୟକ୍ରମ ସହ ସମସ୍ତ ବନ୍ଧୁ ମାନଙ୍କ ପାଇଁ ଭୋଜିଭାତର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଫ୍ରେଣ୍ଡସ ଫର୍ ଏଭର୍ ଗ୍ରୁପର ଏ .ସତିଶ , ସୁକାନ୍ତ ରଥ , ସୁକାନ୍ତ ଶତପଥୀ ଓ ସତ୍ୟ ଦଣ୍ଡସେନା ପରିଚାଳନା କରିଥିବା ବେଳେ କେ . କିଶୋର , କେ . ରାମାରାଓ , ଟି . ଶ୍ରୀନୁ , ବିଘ୍ନରାଜ ବ୍ରହ୍ମା , ଏନ . ଶ୍ରିନୁ , ଚନ୍ଦ୍ର ମଉଳି , ଟୁନା ହଡ଼ପ ପ୍ରମୁଖ ସହ ବହୁ ବନ୍ଧୁ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

%d bloggers like this: