ସାଧାରଣ ଜନତାଙ୍କ ସ୍ୱର

ନବରଙ୍ଗପୁର ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୨୬/୦୧): ନବରଙ୍ଗପୁର ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ଷ୍ଟାଡିୟମ ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଜଳସମ୍ପଦ , ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାଶ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ଼ ର ଅଭିବାଦନ ଗ୍ରହଣ କରିଥିଲେ ଏବଂ ଜିଲ୍ଲାବାସୀଙ୍କ ଉଦ୍ଧେଶ୍ୟରେ ଉଦବୋଧନ ଦେଇଥିଲେ।

ମାନ୍ୟବର ମନ୍ତ୍ରୀ ତାଙ୍କ ବକ୍ତବ୍ୟ ସାଧାରଣତନ୍ତ୍ର ଦିବସ ପାଳନ ର ତାପଯ୍ୟ ଉପରେ ଉଲ୍ଲେଖ କରି କହିଲେ ଦେଶର ସ୍ଵାଧୀନତା ପାଇଁ ପଣ୍ଡିତ ଜବାହାରଲାଲ ନେହରୁ , ସର୍ଦ୍ଦାର ବଲ୍ଲଭଭାଇ ପଟେଲ , ଡ଼କ୍ଟର ରାଜେନ୍ଦ୍ର ପ୍ରସାଦ , ନେତାଜୀ ସୁବାଷ ଚନ୍ଦ୍ର ବୋଷ , ମୌଳାନା ଅବୁଲ କାଲାମ ଆଜାଦ୍ ପରି ଆହୁରି ଅନେକ ମହାମନିଷୀ ମାନଙ୍କ ତ୍ୟାଗ , ବଳିଦାନ ଓ ଅବଦାନକୁ ଆଜିର ଦିନରେ ଆମେ ଶ୍ରଦ୍ଧା ଓ ଭକ୍ତିର ସହ ସ୍ମରଣ କରୁଛୁ । ନବରଙ୍ଗପୁର ମାଟିର ସୁଯୋଗ୍ୟ ସନ୍ତାନ , ସ୍ଵାଧୀନତା ସଂଗ୍ରାମୀ ସଦାଶିବ ତ୍ରିପାଠୀ , ଲକ୍ଷ୍ମୀ ଚନ୍ଦ୍ର ଦାସ , ସୋନୁ ମାଝୀ , ବଗା ପୂଜାରୀ , ମାଧବ ସେଠୀଆ , ରବି ସିଂ ମାଝୀ , ଜଗନ୍ନାଥ ତ୍ରିପାଠୀ , ମହମ୍ମଦ ବାଜି ପ୍ରମୁଖ ଙ୍କୁ ଆଜିର ଏହି ପବିତ୍ର ଦିବସ ଅବସରରେ ମୋର ଭକ୍ତିପୂତ ଶ୍ରଦ୍ଧାଂଜଳି ଜଣାଉଛି । ମାନ୍ୟବର ମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ପୌରପାଳିକା ନବରଙ୍ଗପୁର ଶ୍ରେଷ୍ଠ ସଫେଇ କର୍ମଚାରୀ , ଅଙ୍ଗନୱାଡ଼ି କର୍ମୀ , ସଫଳ ମହିଳା ଚାଷୀ , ଶ୍ରେଷ୍ଠ କୃଷକ , ଶ୍ରେଷ୍ଠ କୃଷି କର୍ମଚାରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । କରୋନା ମହାମାରୀ କଟକଣା ଥିବାରୁ ସରକାରଙ୍କ ନିର୍ଦ୍ଧେଶ ମୁତାବକ ସାମାଜିକ ଦୂରତା ଅବଲମ୍ବନ କରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଜିଲ୍ଲା ଚିକତ୍ସା ଲୟ ପରିଦର୍ଶନ କରି ସେଠାରେ ୱାନ ଷ୍ଟପ ସେଣ୍ଟର ଉଦଘାଟନ କରିବା ସହ ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ । ପରେ ଉପ କାରାଗାର ପରିଦର୍ଶନ କରି ସେଠାରେ ଥିବା ଅନ୍ତେବାସୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ମାନ୍ୟବର ମୁଖ୍ୟ ଅତିଥିଙ୍କ ସହିତ ମାନ୍ୟବର ବିଧାୟକ , ନବରଙ୍ଗପୁର ସଦାଶିବ ପ୍ରଧାନୀ , ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର , ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହଇ ମୀନା , ଅତିରିକ୍ତ ଜିଲ୍ଲାପାଳ ନିମାଇଁ ଚରଣ ସୁତାର , ପିଡ଼ି ଡି ଆର ଡିଏ ରମାକାନ୍ତ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ . ଶୋଭା ରାଣୀ ମିଶ୍ର ସହ ବିଭିନ୍ନ ବିଭାଗୀୟ ପଦାଧିକାରୀ , କରୋନା ଯୋଦ୍ଧା , ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *

%d bloggers like this: