ସାଧାରଣ ଜନତାଙ୍କ ସ୍ୱର

ଚର୍ଚ୍ଚାରେ କାଲିମେଳା ତହସିଲ, ଲାଞ୍ଚ ନେଉଥିବା ବରିଷ୍ଠ କିରାଣୀଙ୍କ ଭିଡିଓ ଭାଇରାଲ

ୱେବ ରିପୋର୍ଟର: ଅସୀମ ବିଶ୍ୱାସ //
ମାଲକାନଗିରି (୨୭/୦୧): ମାଲକାନଗିରି ଜିଲ୍ଲାର କାଲିମେଳା ତହିସଲର ବରିଷ୍ଠ କିରାଣୀ ଶଶି ଶେଖର ସେଠୀ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି। ଭିଡିଓରେ ବରିଷ୍ଠ କିରାଣୀ ଜଣେ ବ୍ୟକ୍ତିଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଇ ପୁଣି ବାକି ଟଙ୍କା ତୁରନ୍ତ ଦେବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି।dda85409 c920 427e b9a9 565e3129a6a2

୬ ଜଣଙ୍କ ପଟ୍ଟାକୁ ସରକାରୀ ୱେବସାଇଟ୍‌ରେ ଅପଲୋଡ କରିବା ପାଇଁ କୁଆଡେ କିରାଣୀ ଶ୍ରୀ ସେଠୀ ଭେଜେଙ୍ଗଵାଡା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଦେଢ ଲକ୍ଷ ଟଙ୍କା ମାଗିଥିଲେ | ଅଫିସରେ କୌଣସି ଏକ ଜିନିଷ କିଣାଯିବ କହି ମୁଖ୍ୟ କିରାଣୀ ଶ୍ରୀ ସେଠୀ ସେହି ବ୍ୟକ୍ତିଙ୍କ ଠାରୁ ଟଙ୍କା ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଅନ୍ଧାରରେ କିରାଣୀ କଳା ଟଙ୍କା ନେଉଥିବା ଦେଖିବାକୁ ମିଳିଛି। ସେହି ବ୍ୟକ୍ତି ଜଣକ କିରାଣୀଙ୍କୁ ତିନୋଟି କିସ୍ତିରେ ଦେଢ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଉଥିବା ବେଳେ କିରାଣୀ କିନ୍ତୁ ତୁରନ୍ତ ଏହି ଟଙ୍କା ପ୍ରଦାନ କରିବାକୁ କହୁଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

 

Leave a Reply

Your email address will not be published. Required fields are marked *

%d bloggers like this: