ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୨୭-୦୧): ବଲାଙ୍ଗୀର ଜିଲ୍ଲାର ମୁଖ୍ୟ କେନ୍ଦ୍ରବିନ୍ଦୁ ଭାବେ ଟିଟିଲାଗଡ ସବ୍ଡିବିଜନ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପରି ସର୍ବନିମ୍ନ ଆବଶ୍ୟକତା ନିମନ୍ତେ ସରକାର ସ୍ୱତନ୍ତ୍ର ଯୋଜନା ମାନ କାର୍ଯ୍ୟକାରୀ କରିଛନ୍ତି । ହେଲେ ଏହି ସବ୍ଡିଭିନ ଅଞ୍ଚଳରେ ତଥା ପଡ଼ୋଶୀ ଜିଲ୍ଲା ବାସୀ ସ୍ୱାସ୍ଥ୍ୟ ସେବା ନିମନ୍ତେ ଏହି ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିଆସୁଛନ୍ତି । କିନ୍ତୁ ଦୁଖ ଓ ପରିତାପର ବିଷୟ ଏହା ଯେ,ଦୀର୍ଘ ବର୍ଷ ଧରି ଏଠି ବିଭିନ୍ନ ବିଭାଗ ର କର୍ମଚାରୀ ପଦବୀ ସହ ବିଶେଷଜ୍ଞ ପଦବୀ ମାନ ଖାଲିପଡିଛି ।
ଶିଶୁରୋଗ,ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ ମ୍ୟାଡିସିନ ବିଶେଷଜ୍ଞ ଙ୍କୁ ନେଇ ଏତେ ବଡ଼ ଡାକ୍ତର ଖାନା ଚାଲିଛି ।ଯଦ୍ବାରା ଏହି ଚିର ମରୁଡ଼ି ଓ ଦାଦନ ପ୍ରବଣ ଅଞ୍ଚଳର ସାଧାରଣ ଲୋକ ବାଧ୍ୟହୋଇ ଦୂର,ଦୁରାନ୍ତ କୁ ଯାଇ ଦୁର୍ଦ୍ଦଶା ର ଶିକାର ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ଏହି ସବୁକୁ ଦୃଷ୍ଟି ଦେଇ ଜିଲ୍ଲା ପ୍ରଶାସନ ର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଅଧିକାରୀ ଙ୍କ ଉପସ୍ଥିତ ରେ ଏହି ବୈଠକ ରେ ବିଭାଗ ବିଷୟ ଉପରେ ଆଲୋଚନା କରି ଯଥାଶୀଘ୍ର ଏ ସମସ୍ୟ। ଗୁଡିକ ର ସମାଧାନ କରାଯିବା ସୂଚନା ମିଳିଛି ।ଉକ୍ତ ଟିଟିଲାଗଡ ସରକାରୀ ସବ୍ଡିଭିଜନାଲ ମୁଖ୍ୟ ଚିକିତ୍ସାଳୟ ସୁପରିଟେଣ୍ଡେଟ ଭବେ ଡ଼ଃ ପ୍ରଦୀପ ନାୟକ ଙ୍କୁ ଦାଇତ୍ୱ ଗତ ୨୨ ତରଖରେ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ତାଙ୍କ ଯୋଗଦାନ ପରେ ଏହି ଡାକ୍ତରଖାନାରେ ବ୍ୟାପକ ଅର୍ଥ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ଏହି ଡାକ୍ତରଖାନା କୁ ସରକାରୀ ଭାବେ ରୋଗୀ ଙ୍କ ପାଇଁ କିଣା ହୋଇଆସିଥିବା ଇନ ହିଲର ୧୦ ଗୋଟି ରୁ ମାତ୍ର ପାଞ୍ଚଟି ଥିବା ବେଳେ ଅନ୍ୟ ପାଞ୍ଚଟି କୁଆଡେ ଗଲା ସେ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଭାବେ ଏପରି ଅନ୍ୟ ଆବଶ୍ୟକୀୟ ସରଞ୍ଜାମ ରୋଗୀ ଙ୍କ ପାଇଁ ବ୍ୟବହୃତ ନ ହୋଇ କଳା ଭାବେ ବିକ୍ରି କରିଦେଇଥିବା କିଛି ଅସାଧୁ କର୍ମଚାରୀ ଏଥିରେ ଙ୍କ ସଂପୃକ୍ତି ରହିଥିବା ସୂଚନା ମିଳିଛି । ତେବେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପରିଚାଳନା କମିଟି ଏ ସବୁ ନେଇ ଦିଗରେ ଏହି ଆୟୋଜିତ ବୈଠକରେ ବେଶ ତତ୍ପରତା ଦେଖାଉ ଥିବା ବେଳେ ଆଗକୁ ଜିଲ୍ଲା ତଥା ବିଶେଷକରି ଏହି ଉପଖଣ୍ଡ ଡାକ୍ତରଖାନା ର ଅବ୍ୟବସ୍ଥା ଦୂର ଦିଗରେ କେଉଁ ସବୁ ଗ୍ରହଣ କରିବ ସେ ନେଇ ସ୍ବେଚ୍ଛାସେବୀ ତଥା ଜନସାଧାରଣ ରେ ଅପେକ୍ଷା କରିଥିବା ଦେଖାଯାଉଛି । ଆୟୋଜିତ ସଭା ରେ ସମସ୍ତ ବିଭାଗ ର ବରିଷ୍ଠ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ ।