ୱେବ ରିପୋର୍ଟର: ଅସୀମ ବିଶ୍ୱାସ //
ମାଲକାନଗିରି (୨୬/୦୧): ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ପତାକା ଉତ୍ତୋଳନ କରି ପ୍ୟାରେଡ ପରିଦର୍ଶନ କରି ସାଧାରଣତନ୍ତ୍ର ଦିବସରେ ଭାଷଣ ଦେଇଥିଲେ ଏବଂ ଜିଲ୍ଲାରେ ବିଭିନ୍ନ ଯୋଜନାରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ କୁ ମାନ ପତ୍ର ସହ ପୁରସ୍କୃତ କରାଯାଇଥିଲେ।
ଏହି ବର୍ଷ କରୋନା କୁ ଆଖି ଆଗରେ ରଖି ପ୍ୟାରେଡ ପଡ଼ିଆ ଠାରେ ଦୁଇ ପ୍ଲାଟୁନ ପୋଲିସ ବିଭାଗକୁ ନେଇ ପ୍ୟାରେଡ ର ଆୟୋଜନ କରାଯାଇଥିଲା।ନକ୍ସଲକ ଗତିବିଧି କୁ ଦୃଷ୍ଟିରେ ରଖି ପ୍ୟାରେଡ ପଡ଼ିଆ ଚାରିପଟେ ପୋଲିସ ଛାଉଣୀ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ବେହେରା ଙ୍କ ସହ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ୱାଇ ବିଜୟ କୁମାର, ଆରକ୍ଷୀ ଅଧିକ୍ଷକ ଋଷିକେସ ଡ଼ି ଖିଲାରୀ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ପ୍ୟାରେଡ଼ ଶେଷ ହେବାପରେ ମନ୍ତ୍ରୀ ସରକାରୀ ବସଷ୍ଟାଣ୍ଡ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗ ଦେଇ ତତ୍ପରେ ପରିବର୍ତନ ଶିଶୁ ଗୃହ ପରିଦର୍ଶନ କରିଥିଲେ।