ସାଧାରଣ ଜନତାଙ୍କ ସ୍ୱର

ବୈପାରୀଗୁଡା ବ୍ଳକରେ ରାମନିଧି ସଂଗ୍ରହ ଅଭିଯାନ ଆରମ୍ଭ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୨୬/୦୧): ବୈପାରୀଗୁଡା ବ୍ଳକରେ ରାମ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି |

ଏହି ମହାଅଭିଯାନରେ ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀ, ଜିଲ୍ଲା ଉପସଭାପତି ଚନ୍ଦ୍ର ଶେଖର ରଥ, ମଣ୍ଡଳ ସଭାପତି ଉମେଶ ପଟନାୟକ, ଦିଗାପୁର ମଣ୍ଡଳ ସଭାପତି ବଦ୍ରି ଭାଇ, କେନ୍ଦୁଗୁଡା ବିଜେପି କର୍ମୀ ଏବଂ କେନ୍ଦୁଗୁଡା ବିଶ୍ୱ ହିନ୍ଦୁ ପରିଷଦ କର୍ମୀ ସହ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତରହି ବହୁଗ୍ରାମ ପରିକ୍ରମାକରି ନିଧି ସଂଗ୍ରହ କରୁଛନ୍ତି। କେନ୍ଦୁଗୁଡା ସହ ଦିଶାରୀଗୁଡା, ପିଆଲକାନି, ନାୟକ ଗୁଡା, କଉଡ଼ିଆଗୁଡା ଠାରେ ମନ୍ଦିର ନିର୍ମାଣ ଅଭିଯାନ ପାଇଁ ଜନସାଧାରଣଙ୍କର ଅଭୂତପୂର୍ବ ଉତ୍ସାହ ଓ ସହଯୋଗ ପରିଲକ୍ଷିତ ହେଉଥିବାର ଦେଖିବାକୁ ମିଳିଛି l

Leave a Reply

Your email address will not be published. Required fields are marked *

%d bloggers like this: