ସାଧାରଣ ଜନତାଙ୍କ ସ୍ୱର

ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବୀରେ ଦିନିକିଆ ଧାରଣା

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୨୬/୦୧): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ସ୍ଥିତ ବିଦ୍ୟତ ସବଷ୍ଟେସନରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବା ଦାବୀରେ ଦିନିକିଆ ଧାରଣାରେ ବସିଲେ ରାମଗିରି ଯୁବକ ମାନେ l ରାମଗିରି ବିଦ୍ୟତ ସବଷ୍ଟେସନ ନିର୍ମାଣ ପୂର୍ବରୁ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ବିଭାଗୀୟ ଅଧିକାରୀ ପ୍ରତିଶୃତି ଦେଇଥିଲେ l

କିନ୍ତୁ ଏବେ ବିଦ୍ୟତ ସବଷ୍ଟେସନରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ନ ଦେଇ ବାହାର ଯୁବକଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଅଭିଯୋଗ ରଖିଛନ୍ତି ସ୍ଥାନୀୟ ଗ୍ରାମବାସୀ l ଅତିଶୀଘ୍ର ଯଦି ସ୍ଥାନୀୟ ଯୁବକଙ୍କୁ ବିଦ୍ୟତ ସବଷ୍ଟେସନରେ ନିଯୁକ୍ତି ଦିଆ ନ ଗଲେ ଆଗାମୀ ଦିନରେ ସବ ଷ୍ଟେସନରେ ତାଲା ଝୁଲିବ ବୋଲି ରାମଗିରି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସି l

Leave a Reply

Your email address will not be published. Required fields are marked *

%d bloggers like this: