ସାଧାରଣ ଜନତାଙ୍କ ସ୍ୱର

ମାରୱାଡ଼ି ମହିଳା ସମିତି ତରଫରୁ ରକ୍ତଦାନ ଶିବିର ଉଦ୍‌ଯାପିତ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ,ତା୨୭-୦୧): ଦିନକୁ ଦିନ ତଥା ସାମ୍ପ୍ରତିକ ସମୟରେ ରକ୍ତ ର ଆବଶ୍ୟକତା ବୃଦ୍ଧି ପାଉଥିବା ବେଳେ ସାଧାରଣ ରକ୍ର ର ଅଭାବଯୋଗୁଁ ଦୁର୍ଦ୍ଦଶା ର ଶିକାର ହେବା ଦେଖାଯାଉଛି ।ତେବେ ଏହି ଆବଶ୍ୟକତା ଦୂର କରିବା ସହ ରକ୍ତ ଅଭାଵ ଜନିତ ମୃତ୍ୟୁ ନ ଘଟୁ ଏଣୁ ରକ୍ତଦାନ ଶିବିର ଆୟୋଜନ କରଯିବା ଜରୁରୀ ହୋଇପଡ଼ିଛି । ସେହିପରି ଟିଟିଲାଗଡ ସ୍ଥିତ ମହାବୀର ପଞ୍ଚାୟତ ଧର୍ମଶାଳା ରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମିଳନୀର ଟିଟିଲାଗଡ ଶାଖା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।7aaa8472 1f91 474d 8bbc 0d5909a1b0c5

ଏଥିରେ ଷ୍ଟେଟ ବ୍ୟାଙ୍କ ଟିଟିଲାଗଡ ଶାଖା ସହଯୋଗ କରିଥିଲା । ବଜରଙ୍ଗ ଲାଲ ଜୈନଙ୍କ ନେତୃତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଟିଟିଲାଗଡ ଏସବିଆଇ ବ୍ୟାଙ୍କ୍‌ର ବ୍ୟାଙ୍କ୍ ମେନେଜର କରୁଣାକର କୁମୁଡ଼ା ସମ୍ମାନୀୟ ଅତିଥି ଭାବେ, ବଲାଙ୍ଗୀର ରେଡକ୍ରସର ରାମ ଦାସ ନାରାୟଣ, ମୋହନ ଲାଲ ଜୈନ ମୁଖ୍ୟ ବକ୍ତା ଭାବେ ଓ ମାରୱାଡ଼ି ମହିଳା ଶାଖାର ଅଧ୍ୟକ୍ଷ ସଙ୍ଗୀତ ଅଗ୍ରୱାଲ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମ ହ୍ୟୁମାନ ଡିଭୋସନ ଚେରିଟେବଲ୍ ଟ୍ରଷ୍ଟର ଜିଲ୍ଲା ସଭାପତି ମିଲନ କୁମାର ବାରିକଙ୍କ ସହଯୋଗ ଓ ଡ଼ା. ପିକେ ନାଏକଙ୍କ ତତ୍ତ୍ଵାବଧାନରେ ଟିଟିଲାଗଡ ମୁଖ୍ୟ ଡାକ୍ତରଖାନାର ରକ୍ତଭଣ୍ଡାର ଟେକ୍ନିସିଆନ ଗଜେନ୍ଦ୍ରନାଥ ରାଉତ, ଇନ୍ଦ୍ରମଣି ମେହେର,ବିନୟ କୁମାର ସାହୁ, ଜୟରାମ ମଛଖଣ୍ଡ, ବଳରାମ ବେହେରା ଆଦି ସହଯୋଗ କରିଥିଲେ । ମୁଖ୍ୟ ଅତିଥି ଏସଡିପିଓ ଶ୍ରୀ ଶତପଥୀ ରକ୍ତଦାତା ମାନଙ୍କୁ ପ୍ରୋସାହିତ କରିଥିଲେ । ଏହି ଆୟୋଜିତ ରକ୍ତଦାନ ଶିବିର ରେ ପ୍ରାୟ ୪୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ପ୍ରଦାନ ।

Leave a Reply

Your email address will not be published. Required fields are marked *

%d bloggers like this: