ସାଧାରଣ ଜନତାଙ୍କ ସ୍ୱର

ଜେଲରେ ଥିବା ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ, ମାନସିକ ଚିନ୍ତାରେ ପରିବାର

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗିର,ତା୨୭-୦୧): ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ ବିଚରାଧିନ କଏଦିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଉକ୍ତ କଏଦି ଜଣକ ହେଲେ ସଦରଥାନା ଅନ୍ତର୍ଗତ ବାରପୁରଗିଆ ଗ୍ରାମର ଗଣେସ ନାଗ । ସେ ୨୦୧୭ ମସିହାରୁ ନିଜ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ବିଚାର ଧୀନ ଭାବେ ବନ୍ଦୀ ଥିଲେ ।

ଗଣେଶଙ୍କ କିଛି ଦିନ ପୂର୍ବରୁ ଦେହ ଅସୁସ୍ଥ ଥିବା ରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଇ ଚିକିତ୍ସ। କରାଉ ଥିଲେ । ଗତ ମଙ୍ଗଳବାର ବିଲମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ଘଟିବା ପରେ ଜେଲରୁ ସଦର ଥାନାକୁ ସୂଚନା ଦିଆଯାଇଥିଲା । ପରେ ପରିବାର ଲୋକଙ୍କୁ ଖବର ଦିଅଯାଇଥିଲା l ପରିବାର ଲୋକେ ପହଞ୍ଚିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ଏ ନେଇ ଏକ ମାମଲା ଟାଉନ ପୋଲିସ ତରଫରୁ ରୁଜୁ କରାଯାଇ ଥିବା ବେଳେ ଅଧିକ ତଦନ୍ତ କରାଣିଆଉଥିବା ସୂଚନା ପ୍ରଦାନ କରାଯାଇଛି । ତେବେ ମୃତକ ଙ୍କ ପରିବାର ଲୋକେ ଏହି ମୃତ୍ୟୁ କୁ ସ୍ୱୀକାର କରି ପାରୁ ନ ଥିବା ବେଳେ ଉକଯୁକ୍ତ ଚିକିତ୍ସା ଅଭାବରୁ ଓ ତାଙ୍କୁ ଜେଲ ରେ ମାନସିକ ଚାପ ପ୍ରଦାନ କରାଯାଉ ଥିବା ରୁ ସେ ଚିନ୍ତିତ ଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ଏ ନେଇ ପୋଲିସ ତରଫରୁ ତଦନ୍ତ କରାଯାଉ ବୋଲି ପରିବାର ଲୋକେ ପ୍ରକାଶକରିଛନ୍ତି ।

Leave a Reply

Your email address will not be published. Required fields are marked *

%d bloggers like this: