ସାଧାରଣ ଜନତାଙ୍କ ସ୍ୱର

ପୌରପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଦ୍ୱାରା ସମୀକ୍ଷା ବୈଠକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୨୩/୦୧): ଆଜି ଦିବା ୧୦ ଘଟିକା ୩୦ ମିନିଟ୍ ସମୟରେ ରାୟଗଡ଼ ପୌରପରିଷଦର ସମ୍ମିଳନୀ କକ୍ଷରେ ସମ୍ମାନୀୟ ଜିଲ୍ଲାପାଳଙ୍କ ସଭାପତିତ୍ଵରେ ପୌର ପରିଷଦ ଦ୍ଵାରା ପରିଚାଳିତ ବିଭିନ୍ନ ଯୋଜନା ଏବଂ ସେବା ଗୁଡ଼ିକର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ନିର୍ବାହୀ ଅଧିକାରୀଙ୍କ ସମେତ ପୌରପରିଷଦର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଏହି ବୈଠକରେ ରାୟଗଡ଼ ପୌରପରିଷଦ ଦ୍ଵାରା ପରିଚାଳନା କରାଯାଉଥିବା ବିଭିନ୍ନ ଯୋଜନା ଏବଂ ସେବା ଯଥା – ଉନ୍ନତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ), ଜାତୀୟ ସହରାଞ୍ଚଳ ଜୀବିକା ମିଶନ୍, ଜାଗା ମିସନ୍, ସହରାଞ୍ଚଳ ଆଲୋକୀକରଣ, ସାମାଜିକ ଭତ୍ତା ବଣ୍ଟନ, ପଲିଥିନ୍ ବନ୍ଦ ଇତ୍ୟାଦି ବିଷୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ଯୋଜନା ଏବଂ ସେବାଗୁଡିକର ବିଭିନ୍ନ ଦିଗ ଉପରେ ଆଲୋଚନା କରାଗଲାପରେ ସମ୍ମାନୀୟ ଜିଲ୍ଲାପାଳ ମହୋଦୟ କିଛି ଗୁରୁତ୍ଵପୂର୍ଣ ପ୍ରସ୍ତାବ ରଖିଥିଲେ । ସେହି ପ୍ରସ୍ତାବ ଗୁଡିକୁ ପୌର ପରିଷଦ ଦ୍ଵାରା ଧ୍ୟାନରେ ରଖାଗଲା ଏବଂ ଯଥା ଶୀଘ୍ର ସେଗୁଡିକୁ କାର୍ଯ୍ୟରତ କରାଯିବା ପାଇଁ ସ୍ଥିର କରାଗଲା ଯାହାର ପ୍ରତିଫଳନ ଆସନ୍ତା କିଛିଦିନ ମଧ୍ୟରେ ପୌରପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନ ମାନଙ୍କରେ ଦେଖିବାକୁ ମିଳିବ । ରାୟଗଡ ସହରକୁ ଆବର୍ଜନା ଏବଂ ପଲିଥିନ ମୁକ୍ତ ସହର ଭାବରେ ଗଢିତୋଳିବାପାଇଁ ସମ୍ମାନୀୟ ଜିଲ୍ଲାପାଳ ମହୋଦୟ ବିଶେଷ ଗୁରୁତ୍ଵ ପ୍ରଦାନ କରିଥିଲେ । ପରିଶେଷରେ ନିର୍ବାହୀ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ସଭା ସାଙ୍ଗ ହୋଇଥିଲା ।

Leave a Reply

Your email address will not be published. Required fields are marked *

%d bloggers like this: