ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୨୩/୦୧): ବୈପାରୀଗୁଡା ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ବ୍ଲକ ସଭା ଗୃହ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l
ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ଜାନୁଆରୀ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଳନ କରାଯିବ ବୋଲି ଜଣା ପଡିଛି l ଏଥର ପ୍ୟାରେଡ ପଡିଆରେ ଶାରିରୀକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ,ପ୍ୟାରେଡ କିମ୍ବା ସାଜସଜ୍ଜା, ଓ ମିଷ୍ଟାନ ବଂଟନ କରାଯିବ ନାହିଁ ବୋଲି ନିଷ୍ପତି ନିଆଯଇଛି l ପ୍ୟାରେଡ ପଡିଆରେ ଫାଷ୍ଟଏଡ୍ ଓ ପାନୀୟ ଜଳ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକ ରେ ବ୍ଲକ ଅଧ୍ୟକ୍ଷା ସିରୋଜିନୀ କାଣ୍ଡିକି, ବିଡ଼ିଓ ଅଭିମନ୍ୟୁ କବି ଶତପଥୀ, ଉପାଧ୍ୟକ୍ଷ ତିଲଚନ ଜେନା, ସାଥୀରାମ ନାୟକ, ଗୌର ଚନ୍ଦ୍ର ପାତ୍ରଙ୍କ ସହ ସମସ୍ତ ସରକାରୀ କର୍ମଚାରୀ ଓ ବେସରକାରୀ କର୍ମଚାରୀ ଏବଂ ଜନପ୍ରତିନିଧି ଥିଲେ l