Tuesday, March 19, 2024

Top 5 This Week

Related Posts

ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୯/୦୮) : ଆଜି ଢେଙ୍କାନାଳର ଗଁଦିଆ ବ୍ଲକ ର ଦେଓଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଆଜିର ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ଅଜୟ କୁମାର ପରିଡା ,ତାଙ୍କର ପ୍ରତ୍ୟେକ୍ଷ ତତ୍ୱବାଧାନ ପ୍ରଦାନ କରିଥିଲେ । ଦେଓଗାଁ ପଂଚାୟତର ସରପଞ୍ଚ ଶ୍ରୀମତୀ ସାଗରିକା ସାହୁ କେନ୍ଦ୍ର ସାଧନ ସଂଯୋଜକ ଶ୍ରୀଯୁକ୍ତ ବିଦ୍ୟାଧର ପରିଡ଼ା ଉକ୍ତ ମହତ କାର୍ଯ୍ୟରେ ଯୋଗଦାନ କରି ପ୍ରତ୍ୟେକ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ସହିତ ଗ୍ରାମ ସଭାପତି ମନମୋହନ ନାୟକ ଓ ଗ୍ରାମର ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ଜୁଆଙ୍ଗ ନାୟକ ଙ୍କୁ ବୃକ୍ଷ ରୋପଣ କରିବାକୁ ଉତ୍ସାହିତ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ କାବେରା କ୍ଲଷ୍ଟର ସଂଯୋଜକ ଶ୍ରୀଯୁକ୍ତ ପୃଥ୍ୱୀରାଜ ନାୟକ, ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ମନାସ ରଞ୍ଜନ ସାହୁ ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Popular Articles