ଫ୍ରେଣ୍ଡସ ୟୁନିଟ କ୍ଲବ ଓ କାଳ ଭୈରବୀ ସଂଗଠନର ସଦସ୍ୟଙ୍କ ସାହାଯ୍ୟରେ ନିଖୋଜ ଯୁବକ ଘରକୁ ଫେରିଲେ

0
225

ରିପୋର୍ଟ : ଏନ.ସନ୍ତୋଷ କୁମାର
ବୈପାରୀଗୁଡା,(୨୮/୦୮) : ଫ୍ରେଣ୍ଡସ ୟୁନିଟ କ୍ଲବ ସଦସ୍ୟଙ୍କ ସାହାଯ୍ୟରେ ନିଖୋଜ ଯୁବକ ଘରକୁ ଫେରିଲେ l ନିଖୋଜ ଯୁବକ ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ପୋଟାମଣ୍ଡାଇ ଥାନା ଅନ୍ତର୍ଗତ କୁସୁମପୁର ଗ୍ରାମର ବାପି ପରିଡାଙ୍କ ପଚିଶି ବର୍ଷୀୟ ପୁଅ ସିଲୁ ପରିଡା ବୋଲି ଜଣା ପଡିଛି l

ବୈପାରୀଗୁଡା ଥାନା ପରିସରରେ ଆଜି କେନ୍ଦ୍ରାପଡା ସ୍ଥିତ କାଳ ଭୈରବୀ ସଂଗଠନର ସ୍ୱେଚ୍ଛାସେବୀ ସୁବାଶିଷ ଷଡ଼ଙ୍ଗୀଙ୍କୁ ଉକ୍ତ ଯୁବକଙ୍କୁ ହସ୍ତାନ୍ତର କରିଛନ୍ତି ବୈପାରୀଗୁଡା ଥାନା ଅଧିକାରୀ ଈଶ୍ୱର ତାଣ୍ଡିl l କିଛି ଦିନ ହେବ ବୈପାରୀଗୁଡାର ବିଭିନ୍ନ ସ୍ଥାନରେ ଉକ୍ତ ଯୁବକ ବୁଲୁଥିବା ବେଳେ ଫ୍ରେଣ୍ଡସ ୟୁନିଟ କ୍ଲବ ର ସଭାପତି ଭୀମସେନ ହରିଜନ ଏବଂ ଦଣ୍ଡାବଡ଼ିର ବିଜୟ ଖରା ସାମାଜିକ ଗଣମାଧ୍ୟମରେ ଉକ୍ତ ଯୁବକଙ୍କ ଫୋଟୋ ଭାଇରଲ କରିଥିବା ସହ କେନ୍ଦ୍ରାପଡ଼ା ଅଂଚଳର ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଯୋଗାଯୋଗ କରିଥିଲେ l

ସେପଟେ ଗତ ୩ ମାସ ପୂର୍ବେ କେନ୍ଦ୍ରାପଡ଼ା ଠାରୁ ସିଲୁ ନିଖୋଜ ଥିଲେ ଏନେଇ ପୋଟାମଣ୍ଡାଇ ଥାନାରେ ଏତଲା ଦେଇଥିଲେ ସିଲୁଙ୍କ ବାପା ବାପି ପରିଡା l ଶେଷର କାଳ ଭୈରବୀ ସଂଗଠନ ଏବଂ ଫ୍ରେଣ୍ଡସ ୟୁନିଟ କ୍ଲବର ସଦସ୍ୟଙ୍କ ମାନବିକତା ଲାଗି ଆଜି ନିଖୋଜ ଯୁବକ ଘରକୁ ଫେରିଛି l