କୃଷି ଶ୍ରମିକଙ୍କ ଗଳିତ ଶବ ଉଦ୍ଧାର : ପ୍ରଚୁର ମଦ୍ୟପାନ ଯୋଗୁଁ ତଳେ ମୁହଁମାଡି ପଡିଯାଇ ମୃତ୍ୟୁ

0
236

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୨୭/୮) : କାଶୀନଗର ବ୍ଲକ୍ ଅନାର୍ଗଟ ଗୋରୀ ବନ୍ଧା ଗ୍ରାମ ପଞ୍ଚାୟତର ଭୂପତି ଲକ୍ଷ୍ମୀପୁର ଗ୍ରାମର ଏକ ଧାନ କ୍ଷେତରେ ଜଣେ କୃଷି ଶ୍ରମିକଙ୍କ ଗଳିତ ଶବ ଉଦ୍ଧାର ହୋଇଥିବା ଜଣାପଡିଛି |

କୃଷି ଶ୍ରମିକଙ୍କ ଗଳିତ ଶବ ଉଦ୍ଧାର, ପ୍ରକାଶ ଥାଉ କି ଭୂପତି ଲକ୍ଷ୍ମୀପୁର ଗ୍ରାମରେ ଥିବା କେ ଅପା ରାଓ ଙ୍କ ଜମି କାମ କରିବାକୁ କିଡିଗାଁ ଗ୍ରାମର ଇପିଲୀ ଶ୍ରୀନୁ (୪୫) କ୍ଷେତ କାମକୁ ଯାଇଥିଲେ । ପ୍ରଚୁର ମଦ୍ୟପାନ କରି କାମ କଲାବେଳେ କେତେ ବେଳେ ମୁହଁ ମାଡ଼ି ତଳେ ପଡ଼ି ଅଣ ନିଶ୍ୱାସୀ ହୋଇ ମୃତ୍ୟୁ ବରଣ କରିଛନ୍ତି ।

ଏହି ବିଷୟରେ ଖବର ପାଇବା ପରେ କାଶୀନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ପଠାଇ ଏକ ଅପମୃତ୍ୟୁ ମାମଲା ୪/୨୧ କରି ତଦନ୍ତ ଜାରି କରିଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଜଣାଇଛନ୍ତି।